2010 ରୁ 2019 ମଧ୍ୟରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଆଇସିସି ପ୍ଲେୟାର ଅଫ୍ ଦି ଡିକେଡର ଟାଇଟଲ୍ ପ୍ରଦାନ କରାଯିବ । ତେବେ ଏଥିରେ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ବିରାଟ କୋହଲି। ସେ ଗତ ଦଶନ୍ଧିରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। କେବଳ ଏତିକି ନୁହେଁ, ସେ ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ମଧ୍ୟ ହାସଲ କରିଛନ୍ତି। କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ତାଙ୍କର ହାରାହାରି ରନ ବର୍ତ୍ତମାନ 50 ରୁ ଅଧିକ ରହିଛି।
ବିରାଟ କୋହଲି ଆଇସିସି ପ୍ଲେୟାର ଅଫ୍ ଦି ଡିକେଡ ଦୌଡରେ ଥିବାବେଳେ ରୋହିତ ଶର୍ମା ଏବଂ ଏମଏସ ଧୋନିଙ୍କ ସହ ସେ ଆଇସିସି ODI ପ୍ଲେୟାର ଅଫ୍ ଦି ଡିକେଡ ଦୌଡରେ ଅଛନ୍ତି। ବିରାଟଙ୍କୁ ଟେଷ୍ଟ ପ୍ଲେୟାର ଅଫ୍ ଡିକେଡ ତଥା ଟି -20 ପ୍ଲେୟାର ଅଫ୍ ଡିକେଡ ପାଇଁ ଶର୍ଟ ଲିଷ୍ଟ କରାଯାଇଛି। ବିରାଟ ଓ ରୋହିତ ଶର୍ମା ମଧ୍ୟ ଟି -20 ପ୍ଲେୟାର ଅଫ୍ ଡିକେଡ ପୁରସ୍କାର ପାଇଁ ଦୌଡରେ ଅଛନ୍ତି।
ଆଇସିସି ODI ପ୍ଲେୟାର ଅଫ୍ ଦି ଡିକେଡ (ପୁରୁଷ) :
ବିରାଟ କୋହଲି (ଭାରତ), ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ରୋହିତ ଶର୍ମା (ଭାରତ), ଏମଏସ ଧୋନି (ଭାରତ), କୁମାର ସାଙ୍ଗାକାରା (ଶ୍ରୀଲଙ୍କା)।
ଆଇସିସି ଟେଷ୍ଟ ପ୍ଲେୟାର ଅଫ୍ ଦି ଡିକେଡ (ପୁରୁଷ):
ବିରାଟ କୋହଲି, କେନ୍ ୱିଲିୟମସନ, ଷ୍ଟିଭ ସ୍ମିଥ, ଜେମ୍ସ ଆଣ୍ଡରସନ, ରଙ୍ଗାନା ହେରାଥ, ୟାସିର ଶାହା।
ICC T20 ପ୍ଲେୟାର ଅଫ୍ ଦି ଡିକେଡ (ପୁରୁଷ):
ବିରାଟ କୋହଲି, ରସିଦ ଖାନ, ଇମ୍ରାନ ତାହିର, ଆରୋନ ଫିଞ୍ଚ, ଲାସିଥ ମାଲିଙ୍ଗା, କ୍ରିସ ଗେଲ ରୋହିତ ଶର୍ମା।
ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ଆଓ୍ଵାଡ ଅଫ୍ ଦି ଡିକେଡ(ପୁରୁଷ):
ବିରାଟ କୋହଲି (ଭାରତ), କେନ୍ ୱିଲିୟମସନ (ନ୍ୟୁଜିଲ୍ୟାଣ୍ଡ), ବ୍ରେଣ୍ଡନ୍ ମ୍ୟାକକୁଲମ୍ (ନ୍ୟୁଜିଲ୍ୟାଣ୍ଡ), ମିସବା-ଉଲ୍-ହକ୍ (ପାକିସ୍ଥାନ), ଏମଏସ ଧୋନି (ଭାରତ), ଅନା ଶ୍ରାବସୋଲ (ଇଂଲଣ୍ଡ), କ୍ୟାଥରିନ୍ ବ୍ରଣ୍ଟ (ଇଂଲଣ୍ଡ), ମହେଲା ଜୟୱାର୍ଡେନେ (ଶ୍ରୀଲଙ୍କା) ଏବଂ ଡାନିଏଲ୍ ଭେଟୋରି (ନ୍ୟୁଜିଲ୍ୟାଣ୍ଡ)।