ବ୍ୟବସ୍ଥା ସହ ଲଢି ଲଢି ହାରିଗଲେ
ଅର୍ଗସ ବ୍ୟୁରୋ: ଚାଇନିଜ ମୋବାଇଲ କମ୍ପାନୀ ଭିବୋର ବ୍ରାଣ୍ଡ ଅମ୍ବାସାଡର ଭାବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଯୁକ୍ତ ହୋଇଛନ୍ତି। ବିରାଟ କୋହଲିଙ୍କ ଦ୍ୱାରା ଭିଭୋର ପ୍ରଡକ୍ଟ ସାରା ବିଶ୍ୱରେ ଅଧିକ ସେଲ ହେବ ବୋଲି ଭିଭୋ ପକ୍ଷରୁ କୁହାଯାଇଛି।
ଏହା ସହ ଆଗାମୀ ଦିନରେ ଏହାର ସମସ୍ତ ପ୍ରକାର ଵିଜ୍ଞାପନ ଏବଂ ପ୍ରମୋସନ କାର୍ଯ୍ୟକ୍ରମ ବିରାଟ କରିବେ ବୋଲି ସୂଚନା ଦିଆଯାଇଛି। ବଲିଉଡ ଅଭିନେତା ଆମିର ଖାନ ଏବଂ ସାରା ଅଲ୍ଲୀ ଖାନ ଭିବୋର ବ୍ରାଣ୍ଡ ଅମ୍ବାସେଡର ମଧ୍ୟ ରହିଛନ୍ତି।