ତେବେ ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବାରୁ ବିରାଟ ଏକଦିବସୀୟ , ଟି-ଟ୍ୱେଣ୍ଟି ସିରିଜ ଏବଂ କେବଳ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ।ତେବେ ବିରାଟଙ୍କ ଅନୁପସ୍ଥିତି ଭାରତୀୟ ଦଳ ଉପରେ ପ୍ରଭାବ ପଡିବ ବୋଲି ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲାଙ୍ଗର କହିଛନ୍ତି। ଲାଙ୍ଗରଙ୍କ ମତରେ ବିରାଟ କୋହଲି ବିଶ୍ୱର ଜଣେ ଶ୍ରେଷ୍ଠ ବ୍ୟାଟ୍ସମାନ। ଜଣେ ଅଧିନାୟକ ଭାବେ ସେ ସବୁବେଳେ ଆଗ୍ରେସିଭ ରହିଥାନ୍ତି ଏବଂ ନିଜର ଖେଳାଳିମାନଙ୍କୁ ସଦାବେଳେ ଉତ୍ସାହିତ କରିଥାନ୍ତି। ତାଙ୍କ ଅନୁପସ୍ଥିତି ଆଗାମୀ ଟେଷ୍ଟ ସିରିଜରେ ଭାରତୀୟ ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ।
ବିରାଟଙ୍କ ଅନୁପସ୍ଥିତି ଭାରତୀୟ ଦଳ ଉପରେ ପ୍ରଭାବ ପଡିବ- ଜଷ୍ଟିନ ଲାଙ୍ଗର

ଅର୍ଗସ ବ୍ୟୁରୋ: ବିରାଟଙ୍କ ଅନୁପସ୍ଥିତି ଭାରତୀୟ ଦଳ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର କୋଚ ଜଷ୍ଟିନ ଲାଙ୍ଗର। ଆଗାମୀ ଅଷ୍ଟ୍ରେଲିଆ ସିରିଜ ପାଇଁ ବିରାଟ କୋହଲିଙ୍କ ନେତୃତ୍ୱରେ ଭରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ଏହି ଗସ୍ତରେ ଭାରତୀୟ ଦଳ ତିନୋଟି ଏକଦିବସୀୟ ମ୍ୟାଚ, ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ ଏବଂ ଚାରୋଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ।
Download Argus News App
