୪୬୩ଟି ଦିନିକିଆ ମ୍ୟାଚରେ ତେନ୍ଦୁଲକର ୪୯ ଶତକ ହାସଲ କରିଛନ୍ତି। ୨୭୮ଟି ମ୍ୟାଚରେ କୋହଲି ୪୭ ଶତକ ହାସଲ କରିଛନ୍ତି। କୋହଲି ତାଙ୍କର ୨୬୭ ତମ ଇନିଂସରେ ୪୭ଶତକ ହାସଲ କରିଥିଲେ। ସଚିନ ଏଥିପାଇଁ ୪୩୫ ଇନିଂସ ଖେଳିଥିଲେ। ବିରାଟଙ୍କୁ ଏସିଆ କପରେ ଅତି କମରେ ଆଉ ଦୁଇଟି ମ୍ୟାଚ ଖେଳିବାକୁ ପଡ଼ିବ। ଯଦି ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରେ ତେବେ ତାଙ୍କୁ ୩ଟି ମ୍ୟାଚ ମିଳିବ। ଦିନିକିଆ କ୍ୟାରିୟରରେ ବିରାଟ ୪୭ତମ ଶତକ ହାସଲ କରିଥିବାବେଳେ ୧୩ ହଜାର ରନ ପୁରା କରି ଇତିହାସ ରଚିଛନ୍ତି। ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ ରିକି ପଣ୍ଟିଂକୁ ପଛରେ ପକାଇ ଦେଇଛନ୍ତି। ପୂର୍ବ ମ୍ୟାଚରେ କୋହଲି ପାକିସ୍ତାନ ବିପକ୍ଷରେ ଭଲ ରନ କରିଥିଲେ ଏଥିରେ ପାକିସ୍ତାନର ଲୋକେ ବିରାଟଙ୍କୁ ଟ୍ରୋଲ କରିଥିଲେ। କିନ୍ତୁ ଗତକାଲିର ମ୍ୟାଚରେ କୋହଲି ପାକିସ୍ତାନ ଟିମକୁ ଧୋଇଦେଇଥିଲେ। ଯେମିତି ରନ ମେସିନରୁ ରନ ବର୍ଷା ହେଉଥିଲା।
ତେବେ କୋହଲିଙ୍କର ସେଞ୍ଚୁରୀ ଦେଖି ଫ୍ୟାନମାନେ ଭାରି ଖୁସି। ଅପରପକ୍ଷେ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ବହୁତ ଖୁସି। ସ୍ବାମୀଙ୍କର ପର୍ଫମାନ୍ସକୁ ନେଇ ସେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍କା କେ.ଏଲ ରାହୁଲଙ୍କୁ ମଧ୍ୟ କନଗ୍ରାଚୁଲେଟ କରିଛନ୍ତି। ତେବେ ଇନଷ୍ଟାରେ ଅନୁଷ୍କାଙ୍କ ଷ୍ଟାଟସକୁ ବହୁ ଫ୍ୟାନମାନେ ଲାଇକ କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର