ଅର୍ଗସ ବ୍ୟୁରୋ: ଇଣ୍ଡିଆନ ଷ୍ଟାର କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ହେଉଛନ୍ତି ପାଓ୍ବାରଫୁଲ କପଲ। ଦୁଇଜଣଙ୍କର ଫ୍ୟାନ ଫଲୋଇଙ୍ଗ ଖୁବ ଅଧିକ। ପୁଣି ଥରେ ଏହି ଷ୍ଟାର କପଲ ଭଗବାନଙ୍କ ଶରଣରେ ପହଞ୍ଚିଛନ୍ତି। ବିରାଟ ଏବଂ ଅନୁଷ୍କା ସୋମବାର ପୁଣିଥରେ ଋଷିକେଶ ପହଞ୍ଚିଛନ୍ତି। ଶ୍ରୀରାମ ଝାଡ଼ିରେ ଥିବା ଗୁରୁ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଆଶ୍ରମକୁ ଯାଇଛନ୍ତି। ଆଶ୍ରମରେ ଥିବାବେଳେ ଉଭୟ ବିରାଟ ଏବଂ ଅନୁଷ୍କାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିରାଟଙ୍କ ଲୁକ୍ସକୁ ଫ୍ୟାନ ଖୁବ ଭଲ ପାଇବା ଦେଇଛନ୍ତି। ଏବେ ବିରାଟଙ୍କୁ ବାରବାର ଭଗବାନଙ୍କ ଶରଣରେ ଦେଖିବାକୁ ମିଳୁଛି। କେତେବେଳେ ଧ୍ୟାନ ମୁଦ୍ରାରେ ତ ଆଉ କେତେବେଳେ କେଉଁ ମନ୍ଦିରରେ। ତେବେ ଫ୍ୟାନଙ୍କ କହିବା ଅନୁଯାୟୀ, ଭାରତରେ କୋହଲିଙ୍କ କ୍ରେଜ ସବୁବେଳେ ରହିବ। ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କ ଦମଦାର ବ୍ୟାଟିଂ ଅତି ଚମତ୍କାର ଥିଲା। ତେବେ କୋହଲି ଜଣେ ସୁନ୍ଦର ଫ୍ୟାମିଲି ମ୍ୟାନ ମଧ୍ୟ। ଫ୍ୟାମିଲିକୁ ଟାଇମ ଦେବାକୁ ଜମା ଭୂଲନ୍ତି ନାହିଁ। ଆଉ ଝିଅ ଭାମିକାକୁ ମଧ୍ୟ ବହୁତ ଭଲ ପାଆନ୍ତି।
ସୋମବାର ବିରାଟ ତାଙ୍କ ମା’ ଏବଂ ପତ୍ନୀଙ୍କ ସହ ଋଷିକେଶ ଯାଇଥିଲେ। ଆଜିବି ବିରାଟ ଋଷିକେଶର ଏକ ରିସୋର୍ଟରେ ରହିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ସେଠାରେ ପହଞ୍ଚିବାପରେ ବ୍ରହ୍ମାଲିନ ଦୟାନନ୍ଦ ସରସ୍ବତୀଙ୍କ ସମାଧୀ ସ୍ଥଳ ପରିଦର୍ଶନ କରିଥିଲେ। ପ୍ରକାଶ ଥାଉ କି, ଦୟାନନ୍ଦ ସରସ୍ବତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଗୁରୁ ଅଟନ୍ତି। ସମାଧୀସ୍ଥଳରେ ପହଞ୍ଚିବା ପରେ ବିରାଟ ସେଠାରେ ୨୦ ମିନିଟ ଧ୍ୟାନ ମୁଦ୍ରାରେ ବସିଥିଲେ। ପରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗଙ୍ଗା ଘାଟ ପହଞ୍ଚି ପଣ୍ଡିତମାନଙ୍କ ସହ ଗଙ୍ଗା ଆଳତୀ କରିଥିଲେ। ଗଙ୍ଗାଙ୍କ ଆଶୀର୍ବାଦ ନେଲେ କୋହଲିଙ୍କ ପୁରା ପରିବାର। ଦୁଇଜଣ ସାଧା ଏବଂ ସାତ୍ତ୍ବିକ ଭୋଜନ ଗ୍ରହଣ କରିଛନ୍ତି। ମଙ୍ଗଳବାର ଋଷିକେଶରେ ହେବାକୁ ଥିବା ହୋମ ଯଜ୍ଞରେ ମଧ୍ୟ ବିରାଟ ଅନୁଷ୍କା ସାମିଲ ହେବେ ବୋଲି ଜଣାପଡ଼ିଛି।
କେବଳ ବିରାଟ ଅନୁଷ୍କା ନୁହେଁ ଏଠାକୁ ବହୁ ବିଶିଷ୍ଟ ରାଜନୀତିଜ୍ଞ ତଥା ବଡ଼ ବଡ଼ ଅଭିନେତା ମାନେ ମଧ୍ୟ ଦୟାନନ୍ଦଜୀଙ୍କ ଆଶ୍ରମସ୍ଥଳ ପରିଦର୍ଶନ କରିଛନ୍ତି। ସାଉଥ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଦୟାନନ୍ଦଜୀଙ୍କ ଆଶ୍ରମକୁ ବହୁବାର ଆସିଛନ୍ତି।