ଚାର୍ଜସିଟ୍ ଫାଇଲ୍ କରିବାରେ ଭିଜିଲାନ୍ସ ଫେଲ୍ ..
ଅର୍ଗସ ବ୍ୟୁରୋ: ସିଡନୀ ଟେଷ୍ଟରେ ଯୁବ ଅଫ ସ୍ପିନର ଓ୍ଵାଶିଂଟନ ସୁନ୍ଦରଙ୍କ ସୁଯୋଗ ମିଳିପାରେ। ରବୀନ୍ଦ୍ର ଜାଡେଜା ବ୍ରିସବେନ ଟେଷ୍ଟରୁ ବାଦ ପଡିଛନ୍ତି। ସିଡନୀ ଟେଷ୍ଟରେ ଲଢୁଆ ବ୍ୟାଟିଙ୍ଗ ପ୍ରଦର୍ଶନ କରିଥିବା ଅଫ ସ୍ପିନର ଅଶ୍ଵିନଙ୍କ ମଧ୍ୟ ବ୍ୟାକ ଇଞ୍ଜୁରୀ ହୋଇଛି। ତେବେ ତାଙ୍କ ଫାଇନାଲ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ତେବେ ଜାଡେଜା ଏବଂ ଅଶ୍ଵିନ ଯଦି ବ୍ରିସବେନ ଟେଷ୍ଟରୁ ବାଦ ପଡନ୍ତି ତାଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ଖେଳିବାର ସମ୍ଭାବନା ରହିଛି।
ଅନ୍ୟ ପକ୍ଷରେ ଆହତ ହୋଇଥିବା ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ସାର୍ଦୁଲ ଠାକୁର ଏବଂ ହନୁମା ବିହାରୀଙ୍କ ସ୍ଥାନରେ ରିଦ୍ଧିମାନ ସାହା ଖେଳିବାର ସମ୍ଭାବନା ରହିଛି। ଆସନ୍ତା ଜାନୁଆରୀ 15 ତାରିଖରୁ ବ୍ରିସବେନ ଟେଷ୍ଟ ଅନୁଷ୍ଠିତ ହେବ।