କୋହଲିଙ୍କୁ ହଗ କଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟରଙ୍କ ମା’। ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପୋର୍ଟ ଅଫ୍ ସ୍ପେନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହା ଉଭୟ ଦେଶର କ୍ରିକେଟେପ୍ରେମୀଙ୍କୁ ଖୁସି କରାଇଛି।
ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ଭାରତୀୟ ଟିମ୍ ବସ୍ ଯୋଗେ ହୋଟେଲକୁ ଫେରୁଥିଲେ, ସେତେବେଳେ ଏକ ହାର୍ଟଟଚିଙ୍ଗ ଦୃଶ୍ୟ ଦେଖିବାକୁ ମିଳିଥିଲା। ବସ୍ ଆଗରେ ବିରାଟ କୋହଲିଙ୍କୁ ଅନାଇ ବସିଥିଲେ ୱେଷ୍ଟଇଣ୍ଡିଜର ୱିକେଟକିପର ଜୋଶୁଆ ଦା ସିଲଭାଙ୍କ ମା’। ଯେତେବେଳେ ବିରାଟ ବସରୁ ତଳକୁ ଓହ୍ଲାଇଥିଲେ ସେ ତୁରନ୍ତ ତାଙ୍କ ପାଖକୁ ଯାଇ ତାଙ୍କୁ ହଗ୍ କରିଥିଲେ ଏବଂ ତାଙ୍କ ଗାଲକୁ ସ୍ନେହରେ କିସ ଦେଇଥିଲେ। ବିରାଟ କୋହଲିଙ୍କୁ ଭେଟିବା ପରେ ଜୋଶୁଆ ଦା ସିଲଭାଙ୍କ ମା’ ବହୁତ ଖୁସିଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଇ ପାରୁଛି। ସେ ବିରାଟଙ୍କ ସହ କିଛି ସମୟ କଥା ହେବା ପରେ ତାଙ୍କ ସହ ଫଟୋ ଉଠାଇଥିଲେ।
ତେବେ ପ୍ରଥମ ମ୍ୟାଚରେ ହିଁ ଓ୍ବିକେଟ କିପର ଜୋଶୁଆ ଦା ସିଲଭା କୋହଲିଙ୍କୁ ଜଣାଇଥିଲେ ଯେ, ମୋ ମା' ତୁମର ବଡ଼ ଫ୍ୟାନ। ସେ ଆପଣଙ୍କୁ ନିଶ୍ଚିତ ଦେଖା କରିବାକୁ ଆସିବେ। ସେପଟେ BCCI ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ଜୋଶୁଆଙ୍କ ମା' ସ୍ପଷ୍ଟ ଭାବେ କହିଛନ୍ତି ମୁଁ ତୁମକୁ ନୁହେଁ ବିରାଟଙ୍କୁ ଭଲ ପାଏ। ତୁମେ ମୋ ପୁଅ କିନ୍ତୁ ଏକଥା ବି ମନେରଖ ବିରାଟ ବି ମୋ ପୁଅ ବୋଲି ଜୋଶୁଆଙ୍କ ମା' କହିଛନ୍ତି। ଏହି ଭିଡିଓକୁ ସମସ୍ତେ ବେଶ ପସନ୍ଦ କରିଛନ୍ତି। ବିରାଟଙ୍କୁ ଏମିତି ଭଲ ପାଇବା ମିଳିଥିବାରୁ ଫ୍ୟାନମାନେ ଭାରି ଖୁସି।
ଅଧିକ ପଢ଼ନ୍ତୁ ଖେଳ ଖବର