ବାଂଲାଦେଶକୁ ୨ ୱିକେଟ୍ରେ ପରାସ୍ତ କରି ଶ୍ରୀଲଙ୍କା ଗ୍ରୁପ୍-ବି’ରୁ ଦ୍ୱିତୀୟ ତଥା ମୋଟ ତୃତୀୟ ଦଳ ଭାବେ ସୁପର-୪ରେ ପହଞ୍ଚି ଯାଇଛି । ଏହି ଗ୍ରୁପରେ ଥିବା ଆଫଗାନିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍ ଜିତି ସୁପର-୪ରେ ସ୍ଥାନ ପକ୍କା କରିସାରିଥିଲା । ତେଣୁ ଆଫଗାନିସ୍ତାନଠୁ ହାରିଥିବା ବାଂଲାଦେଶ ଓ ଶ୍ରୀଲଙ୍କା ପାଇଁ ଗୁରୁବାର କର ବା ମର ମ୍ୟାଚ୍ ହୋଇଥିଲା ।
ଏହି ମ୍ୟାଚରେ ୧୮୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୧୯.୨ ଓଭରରେ ୮ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । କୁଶାଲ ମେଣ୍ଡିସ ୬୦ ଏବଂ ଅଧିନାୟକ ଦାସୁନ ସନକା ୪୫ ରନ୍ କରିଥିଲେ । ବିଶେଷକରି ଅସିଥ୍ ଫର୍ଣ୍ଣାଣ୍ଡୋ ୩ ବଲ୍ରୁ ୧୦ ରନ୍ କରି ଶ୍ରୀଲଙ୍କାକୁ ବିଜୟ ଭେଟି ଦେଇଥିଲେ । ଏହି ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବାଂଲାଦେଶ ୭ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା । ଅଫିଫ୍ ହୁସେନ ୨୨ ବଲରେ ୩୯ ରନ୍ ସର୍ବାଧିକ କରିଥିଲେ ।
ପାକିସ୍ତାନ: ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ୱାନ, ଫଖାର ଜମାନ, ଇଫତିଖର ଅହମ୍ମଦ, ଖୁସଦିଲ ଶାହ, ଶଦାବ ଖାନ, ଅସିଫ ଅଲି, ମହମ୍ମଦ ନଓ୍ୱାଜ, ମହମ୍ମଦ ହସନୈନ, ହାରିସ ରୌଫ, ଶହନଓ୍ୱାଜ ଦହନି।
ହଂକଂ: ନିଜାକତ ଖାନ(ଅଧିନାୟକ), ୟସିମ ମୁର୍ତାଜା, ବାବର ହୟାତ, କିଞ୍ଚିତ ଶାହ, ଐଜାଜ ଖାନ, ଜିସନ ଅଲି, ସ୍କଟ ମ୍ୟାକକେନି, ହାରୁନ ଅର୍ସଦ, ଏହସାନ ଖାନ, ଆୟୂଷ ଶୁକ୍ଳା, ମହମ୍ମଦ ଗଜନଫର।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।