ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପାଇଁ ବ୍ୟାଟିଂ ଓପନ କରିଥିବା ରେହମାନୁଲ୍ଲା ଗୁରବାଜ୍ ଓ ଇବ୍ରାହିମ୍ ଜଦରାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୧୪ ରନ କରିଥିଲେ । ଗୁରବାଜ୍ ୫୭ ବଲରେ ୮୦ ରନ କରିଥିବାବେଳେ ଜଦରାନ ୨୮ ରନ କରିଥିଲେ । ମାତ୍ର ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର