ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଅର୍ଗସ ବ୍ୟୁରୋ: ପ୍ରଥମ ବିଶ୍ଵ ଟେଷ୍ଟ ଚାମ୍ପିଅନ ସିପ୍ ଫାଇନାଲ ମ୍ୟାଚର ତାରିଖରେ ପରିବର୍ତ୍ତନ ହୋଇଛି। ଏହି ମ୍ୟାଚ ଜୁନ 18ରୁ 22 ମଧ୍ୟରେ ଖେଳାଯିବ। ଜୁନ 23କୁ ରିଜର୍ଭ ଡେ ରଖାଯାଇଛି। ଜୁନ 10ରୁ 14 ପର୍ଯ୍ୟନ୍ତ ଇଂଲଣ୍ଡର ଲଡର୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳା ହେବାର ଥିଲ।।
ଭାରତ ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଭାରତ 430 ପଏଣ୍ଟ ସହ ପ୍ରତମ ସ୍ତାନରେ ଥିବାବେଳେ ନ୍ୟୁଜିଲାଣ୍ଡ 420 ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ଅଛି। ନ୍ୟୁଜିଲାଣ୍ଡ ପଛକୁ ଅଷ୍ଟ୍ରେଲିଆ ତୃତୀୟ ସ୍ତାନରେ ଅଛି।
ଭାରତ 5ଟି ସିରିଜ ଖେଳିଥିବା ବେଳେ, ନ୍ୟୁଜିଲାଣ୍ଡ ମଧ୍ୟ ସମାନ ସିରିଜ ଖେଳିଛି। ଭାରତ 9ଟି ମ୍ୟାଚ ଜିତଥିବା ବେଳେ 3ଟିରେ ପରାଜୟ ବରଣ କରିଛି ଓ ଗୋଟେ ମ୍ୟାଚ ଡ୍ର ରଖିଛି। ସେହିପରି ନ୍ୟୁଜିଲାଣ୍ଡ 7ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ 4ଟିରେ ପରାଜୟ ବରଣ କରିଛି।