ଯେଉଁ ଦେଶର ନେତା ଓ କୂଟନୀତିଜ୍ଞ ମାନେ ଭାରତ ଆସି ଭାରତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ମଧ୍ୟରେ ଆମେରିକାର ଡେପୁଟି ଏନଏସଏ ଦଲିପ ସିଂହ ସାମିଲ ଥିଲେ । ସେହିପରି ବ୍ରିଟେନର ବୈଦେଶିକ ସଚିବ ଏଲିଜାବେଥ୍ ଟ୍ରୁସ, ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏବ୍ରାଡ କେସାବୋନ ମଧ୍ୟ ଭାରତର ଗସ୍ତରେ ଆସିଛନ୍ତି । ସେହିପରି ନେଦରଲ୍ୟାଣ୍ଡର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାନ ଲିଉନ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଏହି ନେତା ମାନଙ୍କର ନୂଆଦିଲ୍ଲୀ ଗସ୍ତ କରିବାର ଓ ସମାନ ସମୟରେ ଗସ୍ତ କରିବାର ଉଦ୍ଦେଶ୍ୟ ସ୍ପଷ୍ଟ ।
ଋଷ – ୟୁକ୍ରେନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ଏକ ମାସ ବିତି ସାରିଲାଣି । ଏହି ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ମାନେ ଭାରତକୁ ସେମାନଙ୍କ ସାଥିରେ ନେବାକୁ ଚେଷ୍ଟା କରୁଛନ୍ତି । ଏକା ସମୟରେ ଏତେ ଦେଶ ମାନଙ୍କର ନେତା ଓ କୂଟନୀତିଜ୍ଞ ମାନଙ୍କର ଭାରତ ଗସ୍ତରେ ଆସିବା ବିଶ୍ୱ ରାଜନୀତିରେ ଭାରତର କେତେ ଗୁରୁତ୍ୱ ବଢିଛି ତାକୁ ସ୍ପଷ୍ଟ ଭାବେ ପ୍ରତିପାଦିତ କରୁଛି ।
ଋୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ମଧ୍ୟ ଭାରତ ଆସିଥିଲେ । ସେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ପାଖା ପାଖି ୪୦ ମିନିଟ ଯାଏ କଥାବାର୍ତା ହୋଇଥିଲା । ଏଠାରେ ଗୋଟିଏ କଥା ଉଲ୍ଲେଖ କରିବା ନିହାତି ଜରୁରୀ । ଗତ କିଛି ଦିନ ତଳେ ଚୀନର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ସେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବାକୁ ଚାହିଁ ଥିଲେ । ସେତେବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଖୁବ ବ୍ୟସ୍ତ ଅଛନ୍ତି ବୋଲି ଚୀନକୁ ସୂଚନା ଦିଆ ଯାଇଥିଲା । କେବଳ ସେତିକି ନୁହେଁ ଉପରେ ଯେଉଁ ଦେଶର ଉଲ୍ଲେଖ କରା ଯାଇଛି ତାହା ବ୍ୟତୀତ ଗତ ଦୁଇ ସପ୍ତାହ ମଧ୍ୟରେ ଅଷ୍ଟ୍ରିଆ, ଗ୍ରୀସ ଓ ଅନ୍ୟ ଦେଶ ମାନଙ୍କର ମନ୍ତ୍ରୀ ମାନେ ମଧ୍ୟ ଭାରତ ଗସ୍ତରେ ଥିଲେ । ପ୍ରଧାନମନ୍ତ୍ରୀ ଏମାନଙ୍କ ମଧ୍ୟରୁ କେଉଁ ଦେଶର ମନ୍ତ୍ରୀ ମାନଙ୍କ ସହ ସାକ୍ଷାତ କରି ନ ଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭଙ୍କ ସହ ସାର୍ବଜନୀନ ଭାବେ ସାକ୍ଷାତ କରିଥିଲେ । ଏପରି ସ୍ଥିତିରେ ଏହି ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ମନେ କରା ଯାଉଛି ।
ଏହି ବୈଠକ ପରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଯାହା କହିଲେ ତାହା ଉପରେ ଦୃଷ୍ଟିପାତ କରିବା ଜରୁରୀ । ସେ କହିଛନ୍ତି ଯେ ସେ ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବ୍ୟକ୍ତିଗତ ଭାବେ ବାର୍ତା’ ପ୍ରଦାନ କରିଛନ୍ତି । ‘ପୁତିନ ଓ ମୋଦି ନିୟମିତ ଯୋଗାଯୋଗରେ ଅଛନ୍ତିା ମୋଦିଙ୍କ ସହ ମୋର କଣ କଥାବାର୍ତା ହେଲା ସେ ସମ୍ପର୍କରେ ମୁଁ ରାଷ୍ଟ୍ରପତି ପୁତିନଙ୍କୁ ରିପୋର୍ଟ କରିବି । ’
ଋୁଷର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଓ ପାଶ୍ଚାତ୍ୟ ଦେଶ ମାନଙ୍କର କଟକଣା ଓ ଚାପର ଭାରତ- ରୁଷ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିାଁ ଭାରତର ବୈଦେଶିକ ନୀତି ସ୍ୱାଧୀନ ଓ କାହା ଦ୍ୱାରା ପ୍ରଭାବିତ ନୁହେଁ । ସେ କହିଛନ୍ତି ଯେ ଭାରତ ରୁଷରୁ ଯାହା ଆମଦାନୀ କରିବାକୁ ଚାହିଁବ, ଆମେ ଭାରତକୁ ଉପଲବ୍ଧ କରାଇବାକୁ ପ୍ରସ୍ତୁତ ଅଛୁ ।
ଏହା ବାଦ୍ ରୁଷର ବୈଦେଶିକ ମନ୍ତ୍ରୀ ଏକ ଏପରି ବିଷୟ କହିଲେ ଯାହା ଅନେକ ଦେଶ ବିଶେଷ ଭାବେ ଚୀନକୁ କଷ୍ଟ ଦେଇ ପାରେ ।
ଭାରତ ରୁଷ- ୟୁକ୍ରେନ ମାମଲାରେ କଣ ମଧ୍ୟସ୍ଥତା କରିବାର ସମ୍ଭାବନା ରହିଛି କି ବୋଲି ଏକ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଭାରତ ଏକ ଗୁରୁତ୍ୱପୂର୍ଣ ଦେଶ । ଯଦି ଭାରତ ଏହି ଭୂମିକା ନିର୍ବାହ କରିବାକୁ ଚାହିଁବ, ଯାହା ସମସ୍ୟାର ସମାଧାନ ଆଡକୁ ଯିବ ତେହେ ଭାରତ ଏହି କାମ କରି ପାରେ । ରୁୁଷର ବୈଦେଶିକ ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ବିଶ୍ୱ ରାଜନୀତିରେ ଭାରତର ବଢୁଥିବା ପ୍ରଭାବକୁ ରେଖାଙ୍କିତ କରୁଛି ।
ନିଜର ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରିହାତି ଦରରେ ଅଶୋଧିତ ତୈଳ କିଣିବା ସମ୍ପର୍କରେ ରୁଷର ପ୍ରସ୍ତାବ ପରେ ପାଶ୍ଚାତ୍ୟ ଦେଶ ମାନେ ଭାରତ ଉପରେ ଲଗାତାର ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଭାରତ ସ୍ପଷ୍ଟ କରି ଦେଇଛି ଯେ ଭାରତୀୟଙ୍କ ସ୍ୱାର୍ଥ ହିଁ ତା ପାଇଁ ସବୁଠାରୁ ବଡ ।
ଏବେ ବ୍ରିଟେନର ବୈଦେଶିକ ସଚିବ ଏଲିଜାବେଥ ମଧ୍ୟ ୟୁକ୍ରେନ ସମର୍ଥନରେ ଓ ରୁଷ ବିରୁଦ୍ଧରେ ଭାରତକୁ କରିବା ପାଇଁ ଚାପ ପକାଇବାକୁ ଚେଷ୍ଟା କରିଥିଲେ । ୟୁକ୍ରେନ-ଋଷ ମଧ୍ୟରେ ସଂଘର୍ଷ ଚାଲିଥିବା କାରଣରୁ ପେଟ୍ରୋଲିୟମ ଉତ୍ପାଦ ଓ ଅଶୋଧିତ ତୈଳ ବଜାରରେ ନିଆଁ ଲାଗି ଯାଇଛି । ବର୍ତମାନ ପରିସ୍ଥିତିରେ ଋଷ ଭାରତକୁ କମ ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ ପ୍ରସ୍ତାବ ଦେଇଛି । ଭାରତ ଏହାକୁ ନେଇ ସକାରାତ୍ମକ ରଖିଛି ।
ବ୍ରିଟେନର ବୈଦେଶିକ ସଚିବ ଏଲିଜାବେଥ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ-ୟୁକେ ଷ୍ଟ୍ରାଟେଜିକ ଫ୍ୟୁଚର ଫୋରମରେ ଆଲୋଚନା କରୁଥିବା ବେଳେ ଏକ ପ୍ରଶ୍ନ ଆସିଥିଲା । ଏହି ପ୍ରଶ୍ନଟି ଭାରତ ରୁଷ ଠାରୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ କ୍ରୟ କରିବାକୁ ପ୍ରସ୍ତାବକୁ ଗ୍ରହଣ କରିବା ସମ୍ପର୍କିତ ଥିଲା । ଏହାର ଉତରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ପ୍ରଶ୍ନର ଉତରରେ ଯାହା କହିଥିଲେ ତାହା ବିଶ୍ୱ ରାଜନୀତିରେ ଭାରତର ଦୃଢ ଆତ୍ମବିଶ୍ୱାସକୁ ପ୍ରତିପାଦିତ କରୁ । ଶ୍ରୀ ଜୟଶଙ୍କର କହିଥିଲେ ଯେ - ‘ଏଭଳି ଅନୁଭବ ହେଉଛି ଯେ ଏହି ପ୍ରସଙ୍ଗରେ କିଛି ସମୟ ହେଲା ଏକ କ୍ୟାମ୍ପେନ ଆରମ୍ଭ କରା ଯାଇଛି ।’ ଏପରି କହି ସେ ବ୍ରିଟେନ ଓ ଅନ୍ୟ ପାଶ୍ଟାତ୍ୟ ଦେଶ ମାନଙ୍କୁ ଦର୍ପଣ ଦେଖାଇଥିଲେ । ସେ କହିଥିଲେ ଯେ ଭାରତ ଋଷ ଠାରୁ ଅଶୋଧିତ ତୈଳ ରିହାତି ଦରରେ କିଣିବାକୁ ନେଇ ପ୍ରଶ୍ନ ଉଠା ଯାଉଛି, ହେଲେ ୟୁରୋପୀୟ ଦେଶ ମାନେ ଋଷ ଠାରୁ ଫେବୃଆରୀ ମାସରେ ଯେତେ ଅଶୋଧିତ ତୈଳ କ୍ରୟ କରିଥିଲେ ତା ଠାରୁ ୧୫ ପ୍ରତିଶତ ଅଧିକ ତୈଳ ମାର୍ଚ ମାସରେ କ୍ରୟ କରିଛନ୍ତି ।
ଜୟଶଙ୍କର ସ୍ପଷ୍ଟ ଶବ୍ଦରେ ବ୍ରିଟେନର ବୈଦେଶିକ ମନ୍ତ୍ରୀଙ୍କୁ ଉତର ଦେଇ କହିଥିଲେ ଯେ - ‘ଯେତେବେଳେ ଅଶୋଧିତ ତୈଳର ଦାମ ବଢିବ, ସେତେବେଳେ ସାଧାରଣ ଭାବେ କୌଣସି ଦେଶ ମଧ୍ୟ ବଜାରକୁ ଯାଇ ତାଙ୍କ ଦେଶର ଲୋକ ମାନଙ୍କ ପାଇଁ ଯାହା ଭଲ ହେବ ତାକୁ କିଣିବା ପାଇଁ ପ୍ରୟାସ କରିବ ।’
ଜୟଶଙ୍କର ଆହୁରି କହିଥିଲେ ଯେ ଏ ସମ୍ପର୍କରେ ଭାରତ ତାର ଆବଶ୍ୟକତା ଉପସାଗରୀୟ ଦେଶ ମାନଙ୍କ ଠାରୁ ପୂରଣ କରିଥାଏ । ଆମେରିକାରୁ ୮ ପ୍ରତିଶତ ଓ ଋଷରୁ କେବଳ ୧ ପ୍ରତିଶତ ଅଶୋଧିତ ତୈଳ ଭାରତ କ୍ରୟ କରିଥାଏ । ସେ କହିଥିଲେ ଯେ ‘ମୁଁ ନିଶ୍ଚିତ ଯେ ଯଦି ଆମେ ଦୁଇ- ତିନି ମାସ ଅପେକ୍ଷା କରିବା ଓ ଦେଖିବା ରୁଷରୁ ସର୍ବାଧିକ ତୈଳ ଓ ଗ୍ୟାସ କ୍ରୟ କରୁଥିବା ସବୁଠାରୁ ଦେଶ କିଏ, ତେବେ ଦେଖିବା ଯେ ଏହି ତାଲିକାରେ କୌଣସି ପ୍ରକାର ବିଶେଷ ପରିବର୍ତନ ହୋଇ ନ ଥିବ । ମୋର ଆକଳନ ହେଲା ଯେ ଭାରତ ଏହି ତାଲିକାରେ ପ୍ରଥମ ଦଶଟି ଦେଶ ମଧ୍ୟରେ ନ ଥିବ ।’
ଭାରତର ଏହି ଉତର ବ୍ରିଟେନର ବୈଦେଶିକ ମନ୍ତ୍ରୀ କଦାପି ଆଶା କରି ନ ଥିବେ । ଭାରତକୁ ଏପରି ଉତର ଏଇଥି ପାଇଁ ଦେବା ଜରୁରୀ ହୋଇ ପଡିଥିଲା ଯେ ବାସ୍ତବରେ ଋଷରୁ ଅଶୋଧିତ ତୈଳ ରିହାତି ଦରରେ କ୍ରୟ ନେଇ ଭାରତ ବିରୁଦ୍ଧରେ ପାଶ୍ଚାତ୍ୟ ଦେଶ ମାନେ ଏକ ପ୍ରକାର ଅଭିଯାନ ଆରମ୍ଭ କରି ଦେଇଥିଲେ । ଦୁଇ ଦିନ ପୂର୍ବରୁ ଆମେରିକାର ଡେପୁଟି ଏନଏସଏ ଦଲିପ ସିଂହ ମଧ୍ୟ ଭାରତ ଆସି ବ୍ରିଟେନ ପରି ସମାନ କଥା କହିଥିଲେ । ସେ କହିଥିଲେ ଯେ ‘ଋଷ ଠାରୁ ଦୃତ ଗତିରେ ଭାରତ ଅଶୋଧିତ ତୈଳ କ୍ରୟ କରୁ ଏହା ଆମେରିକା ଚାହେଁ ନାହିଁ । ’
ତେଣୁ ପାଶ୍ଚାତ୍ୟ ଦେଶ ମାନେ ଭାରତ ଉପରେ ଏହି ପ୍ରସଙ୍ଗରେ ଚାପ ପ୍ରୟୋଗ କରିବାକୁ ଏହି କଥାକୁ ବାରମ୍ବାର ଉଠାଉଛନ୍ତି । ତେଣୁ ଭାରତର ବୈଦେଶିକ ମନ୍ତ୍ରୀ ରୋକଠୋକ ଭାବେ ୟୁରୋପୀୟ ଦେଶ ମାନଙ୍କୁ ଦର୍ପଣ ଦେଖାଇବା ସହ ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରି ଦେଇଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇ ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ବୈଦେଶିକ ନୀତି କେଉଁ ବୈଶ୍ୱିକ ମହାଶକ୍ତିର ଚାପରେ ଚାଲୁ ନାହିଁ । ଏବେକାର ଭାରତ ଆଉ ପୁରୁଣା ଭାରତ ହୋଇ ରହି ନାହିଁ । ଏବେକାର ଭାରତ ତାର ବୈଦେଶିକ ନୀତି କାହାରି ଚାପରେ ନୁହେଁ ବରଂ ଭାରତର ଜାତୀୟ ସ୍ୱାର୍ଥ, ଭାରତର ଲୋକ ମାନଙ୍କର ହିତ ଆଧାରରେ ହିଁ ପରିଚାଳନା କରିଥାଏ । ଏହା ପୁଣି ଥରେ ପ୍ରମାଣିତ ହୋଇଛି ।