ହେଲେ ଏହି ଗର୍ଭ ଯନ୍ତ୍ରଣାରେ ଲାଗିବ ବ୍ରେକ୍ । ଆଉ ସନ୍ତାନ ଜନ୍ମ ଦେବା ପାଇଁ ମହିଳାଙ୍କୁ ଆଉ ଗର୍ଭ ଯନ୍ତ୍ରଣା ସହ୍ୟ କରିବାକୁ ପଡିବ ନାହିଁ । ଦୀର୍ଘ ୯ ମାସ ଧରି ଶିଶୁକୁ ଗର୍ଭରେ ରଖିବାର ଧାରାରେ ପୂର୍ଣ୍ଣଛେଦ ପଡିବ । କାରଣ ମାତୃ ଗର୍ଭର ସ୍ଥାନ ନେବ କୃତ୍ରିମ ଗର୍ଭାଶୟ । ବିଶ୍ବର ନିମ୍ନ ଜନ୍ମ ହାର ସମସ୍ୟାର ଏହା ସମାଧାନ କରିବ ।
କୃତ୍ରିମ ଗର୍ଭାଶୟରେ ବର୍ଷକୁ ୩୦ ହଜାର ଶିଶୁ ବଢିପାରିବେ । ଏକ ନୂଆ ଅବଧାରଣା ବିଶିଷ୍ଟ ଭିଡିଓ ଏକ୍ଟୋଲାଇଫ୍ ଆର୍ଟିଫିସିଆଲ୍ ଓମ୍ବ୍ ଫାସିଲିଟି ଜରିଆରେ ଏ ବିଷୟରେ ସୂଚନା ଦେଇଛି । ଏଥିରେ ଶତାଧିକ ଭୃଣ ଏକ ସ୍ବଚ୍ଛ ବାକ୍ସ ଭିତରେ ବଢିବେ । ନିୟନ୍ତ୍ରିତ ତାପମାତ୍ରା ବିଶିଷ୍ଟ ଏହି ପଡରେ ଅମ୍ବିଲିକାଲ୍ କର୍ଡ ଅମ୍ଳଜାନ ଓ ପୋଷକ ତତ୍ତ୍ବ ଶିଶୁକୁ ପ୍ରଦାନ କରିବ । ହାଶେମ ଅଲ୍-ଘାଇଲି ନାମକ ଜଣେ ଫିଲ୍ମ ପ୍ରଯୋଜକ ଓ ବାୟୋଟେକ୍ନୋଲୋଜିଷ୍ଟ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି । ଏବଂ ଏଭଳି ଟେକ୍ନୋଲୋଜି ବିଷୟରେ ଆଲୋଚନା କରିଛନ୍ତି । ଗର୍ଭାଶୟ ନ ଥିବା ମହିଳା ସମେତ ଅପରିପକ୍ବ ଶିଶୁ ଜନ୍ମ ହ୍ରାସ ଏବଂ ଲୋକସଂଖ୍ୟା ହ୍ରାସ ସମସ୍ୟାର ମୁକାବିଲା ଲାଗି ଏହା ବରଦାନ ହୋଇପାରିବ ବୋଲି ସେ କହିଛନ୍ତି ।
ଟେକ୍ନୋଲୋଜି ଖବର ଆହୁରି ପଢନ୍ତୁ