ଅର୍ଗସ ବ୍ୟୁରୋ: ଭାରତୀୟଙ୍କ ସମେତ 53 କୋଟି ଫେସବୁକ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ଲିକ୍ ହୋଇଥିବା ଅଭିଯୋଗରେ ଫେସବୁକ୍ ମୁଖପାତ୍ର କହିଛନ୍ତି ଯେ, ଏହା ହେଉଛି ପୁରୁଣା ତଥ୍ୟ ଯାହା ପୂର୍ବରୁ 2019ରେ ରିପୋର୍ଟ କରାଯାଇଥିଲା। ଆମେ ଅଗଷ୍ଟ 2019 ରେ ଏହି ସମସ୍ୟାର ସମାଧାନ କରିଥିଲୁ।
ଗତକାଲି, ହଡସନ୍ ରକ୍ ସାଇବର କ୍ରାଇମ୍ ଇଣ୍ଟେଲିଜେନ୍ସ ଫର୍ମର ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ଏଲୋନ୍ ଗୈଲ୍ ଟ୍ୱିଟ୍ କରି କହିଥିଲେ ଯେ, ଫେସବୁକରେ 53କୋଟି ବ୍ୟବହାରକାରୀ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି।
ସୂଚନା ଅନୁସାରେ, ଫେସବୁକର ଲିକ୍ ହୋଇଥିବା ତଥ୍ୟରେ ଇମେଲ୍ ଠିକଣା ଏବଂ ଫୋନ୍ ନମ୍ବର ସହିତ ସମସ୍ତ ବ୍ୟକ୍ତିଗତ ସୂଚନା ଅନ୍ତର୍ଭୁକ୍ତ। ଏକ ରିପୋର୍ଟ ଦ୍ୱାରା ଏହା ସୂଚିତ କରାଯାଇଛି। ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ 50 କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ହ୍ୟାକର୍ସମାନଙ୍କୁ ହାତରେ ଲାଗିଛି। 2019 ରେ ଲିକ୍ ହୋଇଥିବା ଏହି ତଥ୍ୟରେ ଇମେଲ୍ ଠିକଣା, ମୋବାଇଲ୍ ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ଭଳି ସମସ୍ତ ସୂଚନା ରହିଛି।