ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର, ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ବିସ୍ତୃତ ରିପୋର୍ଟକୁ ଆଧାର କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଭାରତରେ ଏହି 43ଟି ଆପଗୁଡିକରକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଜୁନ୍ 29 ରେ ସରକାର 59 ଟି ମୋବାଇଲ ଆପ ଓ ସେପ୍ଟେମ୍ବର 2 ରେ 118 ଟି ଆପକୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69(A) ଅନୁଯାୟୀ ପ୍ରତିବନ୍ଧକ ଲଗାଇଥିଲେ।