ଅଟୋ ଡ୍ରାଇଭରଙ୍କ ମହାନତା
ଅର୍ଗସ ବ୍ୟୁରୋ: ଦେଶରେ ଆଉ 43ଟି ଆପକୁ ବ୍ଲକ କଲେ କେନ୍ଦ୍ର ସରକାର। ସୂଚନା ପ୍ରଯୁକ୍ତି ଧାରା 69 (A) ଅନୁସାରେ ଆପ ଗୁଡିକୁ ବ୍ଲକ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ଆପ ଗୁଡିକୁ ବ୍ଲକ କରାଯାଇଛି। ଭାରତର ଏକତା, ଅଖଣ୍ଡତା ଦୃଷ୍ଟିରୁ ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଏହା ପୂର୍ବରୁ ମଧ୍ୟ ଅନେକ ଆପକୁ ବ୍ଲକ କରାଯାଇଥିଲା।
ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର, ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ବିସ୍ତୃତ ରିପୋର୍ଟକୁ ଆଧାର କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଭାରତରେ ଏହି 43ଟି ଆପଗୁଡିକରକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ଜୁନ୍ 29 ରେ ସରକାର 59 ଟି ମୋବାଇଲ ଆପ ଓ ସେପ୍ଟେମ୍ବର 2 ରେ 118 ଟି ଆପକୁ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69(A) ଅନୁଯାୟୀ ପ୍ରତିବନ୍ଧକ ଲଗାଇଥିଲେ।