ଅର୍ଗସ ବ୍ୟୁରୋ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଆଉ ଏକ ମାଇଲଖୁଣ୍ଟ। ବୈଷୟିକ କ୍ଷେତ୍ରରେ ଇସ୍ରୋକୁ ମିଳିଲା ନୂତନ ଦିଗ। ଲଞ୍ଚ ହେଲା ISROର ଶକ୍ତିଶାଳୀ CMS-01 ଉପଗ୍ରହ । ପୃଥିବୀର ସବୁଠାରୁ ସୁଦୂର କକ୍ଷପଥରେ ସ୍ଥାପିତ ହେବ CMS ଉପଗ୍ରହ।
ISRO 2020 ବର୍ଷର ଏହାର ଶେଷ ସାଟେଲାଇଟର ସଫଳତାର ସହ ମହାକାଶକୁ ଉତକ୍ଷେପଣ କରିଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ CMS-01 ହେଉଛି ଏକ ଯୋଗାଯୋଗ ଉପଗ୍ରହ । ଗୁରବାର ଅପରାହ୍ନ ସମୟରେ ଏହି ଉପଗ୍ରହର ସଫଳ ଉତକ୍ଷେପଣ ହୋଇଛି । ଏହି ଉପଗ୍ରହ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି। ଏହି ଯୋଗାଯୋଗ ଉପଗ୍ରହ ଭାରତର ପ୍ରମୁଖ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଓ ଲକ୍ଷ୍ମୀଦୀପ ଅଞ୍ଚଳରେ ଫ୍ରିକ୍ୱେନ୍ସି ସ୍ପେକ୍ଟ୍ରମର ବିସ୍ତାରିତ-ସି ବ୍ୟାଣ୍ଡରେ ସେବା ଯୋଗାଇବ । ଆଜିର ସାଟେଲାଇଟ୍ ଲଞ୍ଚ ISRO ର 2020 ର ଶେଷ ଲଞ୍ଚ ଥିଲା । ଏଥିସହିତ CMS-01 ପୃଥିବୀର ସର୍ବୋଚ୍ଚ କକ୍ଷପଥରେ ସ୍ଥାପିତ ହେବ। ଅର୍ଥାତ 42,164 କିଲୋମିଟର ଦୂରରେ ସ୍ଥାପିତ ହେବ । ଏହି ଉପଗ୍ରହ ପୃଥିବୀ ସହ ସମାନ ବେଗରେ ଗତି କରିବ।