ଅର୍ଗସ ବ୍ୟୁରୋ: ସିଙ୍ଗଲ ମ୍ୟାନ ଡବଲ ଭଏସ। କେତେବେଳ ବ୍ୟାଙ୍କ କର୍ମଚାରୀ, ଆଉ କେତେବେଳେ ବ୍ୟାଙ୍କ ମ୍ୟାନେଜର। ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ କଥା ହେଉଥିବା ଜଣେ ଯୁବକ କୌଣସି ବ୍ୟାଙ୍କର କର୍ମଚାରୀ ନୁହଁନ୍ତି। ସେ ହେଉଛନ୍ତି ଜମତାର ଗ୍ୟାଙ୍ଗର ସାଇବର ଠକ । ଯିଏ ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ ପଚାରି କିଛି ସେକେଣ୍ଡରେ ଆକାଉଂଟ ଖାଲି କରି ଦେଇ ପାରନ୍ତି। ଝାଡଖଣ୍ଡ ଜମତାରା ଅଂଚଳରେ କିପରି ଗଛତଳେ ବସି ଫୋନ ଯୋଗେ ହେଉଛି ସାଇବର କ୍ରାଇମ ଅପରେଟ । ଲୋକଙ୍କ ପାଖକୁ ଫୋନ ଯାଉଛି । ଡେଟ ଅଫ ବର୍ଥ ପଚାରିବା ଆଳରେ ଏଟିଏମ କାର୍ଡ ଉପରେ ଥିବା 16 ଡିଜିଟ ନମ୍ବର ପଚରାଯାଉଛି । ଗ୍ରାହକଙ୍କୁ ସନ୍ଦେହ ହେଲେ ନିଜର ପରିଚୟ ସହ ଫେକ ଏମପ୍ଲଇ ଆଇଡି ବି କହୁଛି ସାଇବର ଠକ।
କିଛି ଦିନ ତଳେ ଜାତୀୟ ଗଣମାଧ୍ୟମର ଏକ ସର୍ଭେ ରିପୋର୍ଟ ଉପରେ ନଜର ପକାନ୍ତୁ । ଯେଉଁଥିରେ ଦର୍ଶାଯାଇଛି ରାଜଧାନୀ ଭୁବନେଶ୍ବର ଏବେ ସାଇବର ଠକଙ୍କ ପାଇଁ ପାଲଟିଛି ସେଫ ଜୋନ । କେବଳ ଭୁବନେଶ୍ବର ନୁହେଁ ଗୁଡଗାଓଁ , ମିରଟ, ଭରତପୁର ,ମଥୁରା ଓ ଆସାନସୋଲରୁ ହେଉଛି ଏଟିଏମ ଓ ବ୍ୟାଙ୍ଗ ଆକାଉଂଟ ହ୍ୟାକ। ଭୁବନେଶ୍ବରରୁ ଯୁବକଙ୍କୁ ଟ୍ରାକ କରିବା ସହ ସାଇବର ଅପରାଧ ବିଷୟରେ ଟ୍ରେନିଂ ଦେଉଛି ଜମତାରା ଗ୍ୟାଙ୍ଗ। ସେପଟେ କେବଳ ଚଳିତ ବର୍ଷ ଟ୍ଵିନ ସିଟିରେ 100 ରୁ ଅଧିକ ସାଇବର ଠକେଇ ହେଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର। ବିଶେଷ କରି ବୟସ୍କ ବ୍ୟକ୍ତି ଏଥି ପ୍ରତି ଅଧିକ ସଚେତନ ହେବା ସହ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର।
ସାରା ଦେଶ ରେ ହେଉଥିବା ଠକେଇ ର 80 ପ୍ରତିଶତ ଜମତାରରୁ ହେଉଛି । 2019 ରେ ଦେଶ ରେ 63 ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଥିବା ବେଳେ 2020 ରେ କେବଳ ଓଡିଶାରେ 76 ପ୍ରତିଶତ ସାଇବର ଠକେଇ ବୃଦ୍ଧି ପାଇଛି । ତେବେ ମାମଲା ଦାୟର ହେଉଥିଲେ ମଧ୍ୟ ଟେକ୍ନୋଲୋଜି ଓ ଆନ୍ତରିକତାର ଅଭାବ ରୁ ଅପରାଧୀ ଙ୍କ ପାଖରେ ପୋଲିସ ପହଞ୍ଚି ପାରୁନାହିଁ।