ଭାରତରେ ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ଷ୍ଟାଣ୍ଡ୍ଏଲୋନ୍ ୫ଜି ନେଟ୍ୱର୍କର ପରିଚାଳନା କରୁଛି । ଷ୍ଟାଣ୍ଡ୍ଏଲୋନ୍ ୫ଜି ନେଟ୍ୱର୍କରେ ଚାଲୁଥିବା ଡିଭାଇସ୍ ପାଇଁ ଓପୋ ପକ୍ଷରୁ ସଫ୍ଟଓୟାର ଅପ୍ଡେଟ୍ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଓପୋର ରେନୋ ୮, ରେନୋ ୮ ପ୍ରୋ, ରେନୋ ୭, ଏଫ୍୨୧ ପ୍ରୋ ୫ଜି, ଏଫ୍୧୯ ପ୍ରୋ+, କେ୧୦ ଏବଂ ଏ୫୨ଏସ୍ ଡିଭାଇସ୍ରେ ପୂର୍ବରୁ ସଫ୍ଟଓୟାର ଅପ୍ଡେଟ୍ କରାଯାଇସାରିଛି । କଂପାନିର ଅନ୍ୟ ମଡେଲ୍ଗୁଡ଼ିକରେ ଖୁବ୍ଶୀଘ୍ର ସଫ୍ଟଓୟାର ଅପ୍ଡେଟ୍ କରାଯିବ ବୋଲି ପ୍ରକାଶ କରାଯାଇଛି ।
ଓପୋ ଇଣ୍ଡିଆର ଉପାଧ୍ୟକ୍ଷ ଏବଂ ଆର୍ଆଣ୍ଡ୍ଡି ମୁଖ୍ୟ ତସ୍ଲିମ୍ ଆରିଫ୍ କହିଛନ୍ତି ଯେ, “ଓପୋ ଇଣ୍ଡିଆ ଭାରତରେ ୫ଜି ଇକୋସିଷ୍ଟମ୍ ତିଆରି କରିବାକୁ ଉଦ୍ୟମ କରୁଛି । ଏହା ଦ୍ୱାରା ଆମର ଗ୍ରାହକମାନେ ଜିଓ ଟ୍ରୁ-୫ଜିର ଅନୁଭୂତି ହାସଲ କରିପାରିବେ । ଯେଉଁ ସହରଗୁଡ଼ିକରେ ୫ଜି ସେବା ଆରମ୍ଭ କରାଯାଇଛି ସେଠାରେ ଗ୍ରାହକମାନେ ଓପୋ ସ୍ମୋର୍ଟଫୋନ୍ ଜରିଆରେ ଟ୍ରୁ-୫ଜିର ଅନୁଭବ ହାସଲ କରିପାରିବେ । ଏଥିପାଇଁ ସମର୍ଥନ ଓ ସହଯୋଗ ପ୍ରଦାନ କରିଥିବାରୁ ଜିଓ ନିକଟରେ ଆମେ କୃତଜ୍ଞ । ଆଗାମୀ ଦିନରେ ଆସିବାକୁ ଥିବା ଆମ ଡିଭାଇସ୍ଗୁଡ଼ିକ ଉଭୟ ଷ୍ଟାଣ୍ଡ୍ଏଲୋନ୍ ଏବଂ ଅଣ ଷ୍ଟାଣ୍ଡ୍ଏଲୋନ୍ ନେଟ୍ୱର୍କକୁ ସପୋର୍ଟ କରିବ ।’’
ଜିଓ ଟ୍ରୁ-୫ଜି ଓୟାରଲେସ୍ ନେଟ୍ୱର୍କର ବୈଷୟିକ ବ୍ୟବସ୍ଥାକୁ ପ୍ରଶଂସା କରି ଓପୋ ଇଣ୍ଡିଆ ପକ୍ଷରୁ ତାହାକୁ ଦୁନିଆର ସବୁଠୁ ଉନ୍ନତ ବ୍ୟବସ୍ଥା ବୋଲି କୁହାଯାଇଛି । ଓପୋ ପକ୍ଷରୁ କୁହାଯାଇଛି ଯେ ଜିଓ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍ୱର୍କ ଏବଂ କଂପାନି ପକ୍ଷରୁ ଜିଓ ଟ୍ରୁ-୫ଜି ନେଟ୍ୱର୍କର ବିଶେଷ ଗୁଣଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି ।ସେଗୁଡ଼ିକ ମଧ୍ୟରେ ରହିଛି ଷ୍ଟାଣ୍ଡ୍-ଏଲୋନ ୫ଜି ଆର୍କିଟେକ୍ଚର ନେଟ୍ୱର୍କ ଯାହା ୪ଜି ନେଟ୍ୱର୍କ ଉପରେ ନିର୍ଭରଶୀଳ ନୁହେଁ ।
୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍ରେ ୫ଜି ସ୍ପେକ୍ଟ୍ରମ୍ର ସବୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି । କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି ।