ଆଇନ କୁ ଫୁ ....
ଅର୍ଗସ ବ୍ୟୁରୋ : ପ୍ରଥମ ଥର ପାଇଁ ଜାତୀୟ ସ୍ତରର ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି ଓଡ଼ିଆ ଆଲବମ୍। ପ୍ରଖ୍ୟାତ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ବିଶ୍ଵନାଥ ରଥଙ୍କ ଦ୍ଵାରା ନିର୍ଦ୍ଦେଶିତ ହୋଇଛି ଏହି ଆଲବମ୍ ବର୍ଷା ଭିଜା ରାତି। ବିଏନଆର ଫିଲ୍ମ ଆଲବମରେ ନିର୍ମିତ ହୋଇଛି ଏହି ଆଲବମ।
ଗତବର୍ଷ ଡିସେମ୍ବର 8ରେ ଲିପ୍ଟ ଷ୍ଟେସନ ଫିଲ୍ମ ଫେଷ୍ଟିଭାଲରେ ଏହା ପ୍ରିମିଅର ହୋଇଥିଲା। ଯାହା ଏବେ ଓଟିଟି ପ୍ଲାଟଫର୍ମ ଇଣ୍ଟିସଟର୍ସରେ ରିଲିଜ ହୋଇଛି। କଣ୍ଠଶିଳ୍ପୀ ଅମ୍ରିତା ଭାରତୀ ଓ ବଙ୍କିମ ପଟେଲ ଏଥିରେ ଅଭିନୟ କରିଛନ୍ତି। ରୋମାନ୍ସ ସାଙ୍ଗକୁ ସୁରର ତଡକା ଏହି ଗୀତକୁ ଅଧିକ ସ୍ମୃତି ମଧୁର କରିଛି।
ନିକଟରେ ନିର୍ଦ୍ଦେଶକ ବିଶ୍ଵନାଥ ରଥଙ୍କ ଫିଲ୍ମ କଟପାଡ ୱେବ ପ୍ରାଇମ ଭିଡିଓରେ ରିଲିଜ ହୋଇଥିଲା। କୋରାପୁଟର ଜୟପୁରରେ ଜନ୍ମିତ ବିଶ୍ଵନାଥ ରଥ ଏକାଧିକ ସିନେମାରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି।