ସାଳନ୍ଦୀ ସୁରକ୍ଷା ବିକାଶ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ସାଳନ୍ଦୀ ବଞ୍ଚାଓ ଅଭିଯାନ .....
ଢ଼େଙ୍କାନାଳ: ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସାଆନ୍ଦା ଫାଣ୍ଡି ଅଧିନରେ ଥିବା ସାଆନ୍ଦା ଗାଁର ବଡ଼ ବନ୍ଧ ପୋଖରୀରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କମାର ସାହିର ରୋହିତ ମହାରଣା । ସୂଚନାମୁତାବକ, ସେ ସବୁ ଦିନ ମଦ୍ୟପାନ କରି ସେହି ପୋଖରୀକୁ ମାଛ ଧରିବାକୁ ଯାଆନ୍ତି ।
ତେବେ ଆଜି ସକାଳେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବାର ଦେଖି ଗାଁଲୋକ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ପଠାଇଛନ୍ତି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ।