ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ
ଅର୍ଗସ ବ୍ୟୁରୋ: ଜାନୁଆରୀ ୫ ତାରିଖରୁ ଚିଲିକାରେ ପକ୍ଷୀ ଗଣନା ହେବ । ଏନେଇ ବନ୍ୟାପ୍ରାଣୀ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚିଲିକାକୁ ୫ଟି ଜୋନ୍ରେ ବିଭକ୍ତ କରାଯିବ । ଚଳିତ ମାସ ୨୦ ତାରିଖ ସୁଦ୍ଧା ପକ୍ଷୀ ଗଣନା ରୂପରେଖ ଚୂଡ଼ାନ୍ତ ହେବ । ପ୍ରତି ଟିମ୍ରେ ଜଣେ ସାଇଣ୍ଟିଷ୍ଟଙ୍କ ସମେତ ୪ରୁ ୫ କର୍ମଚାରୀ ନିୟୋଜିତ ହେବେ ଯାହାର ରୁପରେଖା ଚଳିତ ମାସ ୨୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ହେବ ।
ସ୍ପଳ୍ପ ସମୟ ମଧ୍ୟରେ କର୍ମଚାରୀଙ୍କୁ ଏନେଇ ତାଲିମ ପ୍ରଦାନ କରାଯିବ । ଜାନୁଆରୀ ମାସ ୫ ତାରିଖ ପ୍ରାତଃ ୬ଟାଠାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ ।ଚିଲିକା ବନ୍ୟପ୍ରାଣୀ ବିଭାଗ ସହକାରୀ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।