ହୀରାକୁଦ ଜଳଭଣ୍ଡାର ନିକଟରେ ଥିବା ମିନାର ଉପରକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିନଥିଲେ ମଧ୍ୟ ପାର୍କ ଓ ଅନ୍ୟାନ୍ୟ ଅଞ୍ଚଳ ଖୋଲାରହିଛି । କରୋନା ପାଇଁ ଜମୁନି ପର୍ଯ୍ୟଟକଙ୍କ ଭିଡ। ପୂର୍ବ ବର୍ଷ ଅପେକ୍ଷା ଖୁବ କମ୍ ସଂଖ୍ୟକ ପର୍ଯ୍ୟଟକ ବୁଲି ଆସୁଛନ୍ତି । ମହାମାରୀ ପାଇଁ ଗତ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ପର୍ଯ୍ୟଟନସ୍ଥଳୀ । ତେବେ ନଭେମ୍ବର ପହିଲାରୁ ହୀରାକୁଦ ଜଳଭଣ୍ଡାରକୁ ଲାଗି ରହିଥିବା ପାର୍କ ଗୁଡିକ ଖୋଲିଛି । ତେବେ ପର୍ଯ୍ୟଟକ ଆସୁନଥିବାରୁ ଖାଁ ଖାଁ ପାଲଟିଛି ପର୍ଯ୍ୟଟନ ସ୍ଥଳୀ । ନଭେମ୍ବର ମାସରେ ଦିନକୁ 2ରୁ 3ହଜାର ପର୍ଯ୍ୟଟକ ଆସୁଥିବାରୁ ଏବେ ଶହେ ଦୁଇ ପର୍ଯ୍ୟଟକରେ ସୀମିତ ରହୁଛି । ଏପରିକି ବଣଭୋଜି ହେଉନଥିବାରୁ ଆଖପାଖରେ ଥିବା ଦୋକାନୀମାନଙ୍କର ବ୍ୟବସାୟ ମଧ୍ୟ ଠପ୍ ହୋଇପଡିଛି ।
ହୀରାକୁଦରେ ଜମୁନି ପର୍ଯ୍ୟଟକଙ୍କ ଭିଡ଼

ସମ୍ବଲପୁର : ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ଖୋଲିଛି ବିଭିନ୍ନ ପର୍ଯ୍ୟଟନସ୍ଥଳୀ । ମହାମାରୀ ଡରରେ ହ୍ରାସ ପାଇଛି ପର୍ଯ୍ୟଟକଙ୍କ ସଂଖ୍ୟା। ହୀରାକୁଦ ଡ୍ୟାମ ଖୋଲିଥିବା ବେଳେ ଏଠାରେ ହ୍ରାସ ପାଇଛି ପର୍ଯ୍ୟଟକଙ୍କ ସଂଖ୍ୟା । ଫଳରେ ପର୍ଯ୍ୟଟନ ଶିଳ୍ପ ଏକପ୍ରକାର ଠପ୍ ହୋଇପଡିଛି।
ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ

ମୟୂରଭଞ୍ଜ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ । ଆଜି ଅପରାହ୍ନ ସମୟରେ କାର ଯୋଗେ sdjm ଏବଂ ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ । ଯଶିପୁର ଥାନା ଅନ୍ତର୍ଗତ ଚାଇଁ ନେବଦା ନିକଟରେ ସେ ଆସୁଥିବା କାର୍ ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍
Download Argus News App
