ସିଆରପି ଛକ ମର୍ଡର ଘଟଣା, ମୃତ ବ୍ୟକ୍ତିଙ୍କ ମାଆଙ୍କ ପ୍ରତିକ୍ରିୟା...
କୋଣାର୍କ : ଜମିଲା କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଓଡିଶା ଭାଷା ସାହିତ୍ୟ ସଂସ୍କୃତିର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ । ଏହାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦ୍ଵିତୀୟ ସନ୍ଧ୍ୟାରେ ବାଙ୍ଗାଲୋରରୁ ଆସିଥିବା ଶର୍ମିଳା ମୁଖାର୍ଜୀ ଓ ଗ୍ରୁପଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଶୀ ନୃତ୍ୟର ବିଭିଧତାକୁ ନେଇ ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ସୂର୍ଯ୍ୟ ବନ୍ଦନା । ଦ୍ୱିତୀୟ ପ୍ରସ୍ତୁତି ଥିଲା ସୁଦ୍ଧ ନୃତ୍ୟ ପଲ୍ଲବି । ଯାହା ଏକ ଭକ୍ତିମୟ ବାତାବରଣ ସୃଷ୍ଟି କରିଥିଲା । ସେହିପରି ପ୍ରଥମ ସନ୍ଧ୍ୟାରେ କୋଲକାତାରୁ ଆସିଥିବା ବିମ୍ବାବତୀ ଦେବୀ ଓ ଗ୍ରୁପ ମଣିପୁରୀ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।