ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୂଳଡିହା ଅଭୟାରଣ୍ୟ ରହିଛି ୨୭୨.୭୫ ବର୍ଗ କିଲୋମିଟର ପରିଧି ମଧ୍ୟରେ ଥିବା ଏହି ଅଭୟାରଣ୍ୟ ରେ ଝରଣା ସହ ଘଞ୍ଚ ଜଙ୍ଗଲ ରହିଛି। ହାତୀ, ବାଘ, ଭାଲୁ, ଗୟଳ, ଗୁରାଣ୍ଡି, ହରିଣ, ସମ୍ବର, ଭେଲୋରା ମୂଷା ସମେତ ବହୁ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାକୁ ମିଳନ୍ତି।ପର୍ଯ୍ୟଟକ ମାନେ ଏଠାକୁ ଆସି ଏହା ଦେଖିବାର ମଜାନେବା ସହ ଗୋହିରାଭୋଳ ଠାରେ ରାତ୍ର ଯାପନ କରିବା ପାଇଁ ଅତ୍ୟାଧୂନିକ ନେଚର୍ସ କ୍ୟାମ୍ପ ତମ୍ବୁରେ ନିର୍ମିତ ଏହି କ୍ୟାମ୍ପ ରେ ଦୁଇ ଜଣଙ୍କର ରହିବା ବ୍ୟବସ୍ଥା କରାଯାଇଛି।ରକ୍ଷଣା ବେକ୍ଷଣ ଓ ଖାଇବା ତଦାରଖ ପାଇଁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ୱେବ ସାଇଟ ରେ ଟଙ୍କା ପୈଠ କରି ବୁକିଂ କରିବାକୁ ପଡେ।ରାତିରେ ରହି ଭୋର ସମୟରେ ପାଖରେ ସଲଟ ପିଚ ରେ ବିଭିନ୍ନ ଜନ୍ତୁ ପାଖରୁ ଦେଖିବାର ସୁଯୋଗ ମିଳିଥାଏ।
ଖାଲି ସେତକ ନୁହଁ ଋଷିଆ ଝରଣା ରେ ବୋଟିଂ ସୁବିଧା ମଧ୍ୟ କରାଯାଇଛି। କୂଳଡିହା ଭିତରକୁ ଆମିଷ ବାରଣ କରାଯାଇଥିବା ବେଳେ ମାଛ, ଅଣ୍ଡା, କଙ୍କଡା ଭଳି ଆମିଶ ଖାଦ୍ୟ ବାରଣ ନଥାଏ। ସେହପରି ପର୍ଯ୍ୟଟକ ଙ୍କ ଯାଇଥିବା ଗାଡି ପିଛା ୧୦୦ ଟଙ୍କା, ମୁଣ୍ଡପିଛା ୪୦ ଟଙ୍କା, କ୍ୟାମେରା ପିଛା ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।ସାଧାରଣତଃ ଜୁନ ମାସ ଠାରୁ କୂଳଡିହା ଅଭୟାରଣ୍ୟ ବନ୍ଦ ହେବାର ନିୟମ ଥିବାବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ଗତ ମାର୍ଚ୍ଚ ଠାରୁ କୁଳଡିହା ବନ୍ଦ ଥିବାବେଳେ ବନବିଭାଗ ରାଜସ୍ୱ କ୍ଷତି ସହିବାକୁ ପଡିଥିଲା। ଚଳିତ ବର୍ଷ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ କୋଭିଡ ନିୟମ ମାନିବା ସହ ଆଜିଠାରୁ କୂଳଡିହା ଖୋଲିଥିବା ବେଳେ ପ୍ରଥମ ଦିନରେ ୫୨ ଜଣ ପର୍ଯ୍ୟଟକ ଆସିଥିବାରୁ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି କୁଳଡିହା ରେଞ୍ଜର ବିଜୟ ମହାପାତ୍ର।
-କରୋନା କଟକଣା ଯୋଗୁଁ ଲକଡାଉନ ଓ ସଟଡାଉନ ଫଳରେ ପର୍ଯ୍ୟଟକ ଘରେ ବନ୍ଦୀ ହୋଇ ରହିବା ପରେ ଏବେ କୂଳଡିହା ଅଭୟାରଣ୍ୟ ଖୋଲିବା ସେମାନଙ୍କ ପାଇଁ ଖୁସି ଆଣିଛି। ପର୍ଯ୍ୟଟକମାନେ ନିଜର ପ୍ରିୟଜନ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ନୀଳଗିରିକୁ ଆସିବେ ବୋଲି ଜଣାପଡ଼ିଛି।