ଅଟୋ ଡ୍ରାଇଭରଙ୍କ ମହାନତା
ପୁରୀ: ଶେଷ ହୋଇଛି ଚଳିତ ବର୍ଷର କୋଣାର୍କ ବାଲୁକା କଳା ମହୋତ୍ସବ ଓ କୋଣାର୍କ ମହୋତ୍ସବ 2020। ଦୀର୍ଘ 5 ଦିନ ଧରି ଆୟୋଜନ କରାଯାଇଥିବା ଏହି ମହୋତ୍ସବର ଗତକାଲି ଥିଲା ଅନ୍ତିମ ସନ୍ଧ୍ୟା। ଅନ୍ତିମ ଦିନରେ କୋଣାର୍କ ବାଲୁକା କଳା ମହୋତ୍ସବରେ ବାଲୁକା ଶିଳ୍ପୀ ମାନେ ପ୍ରଦର୍ଶନ କରିଥିଲେ ଭିନ୍ନ ଭିନ୍ନ ବିଷୟ ବସ୍ତୁ କୁ ନେଇ ବାଲୁକା କଳା।
ମୂଖ୍ୟତଃ ଭାବେ କୋଭିଡ ସଚେତନତା, ବିଶ୍ଵ ଐତିହ୍ୟ ଏବଂ ପର୍ଯ୍ୟଟନ ଶିଳ୍ପ ର ବିକାଶ କୁ ନେଇ ବାଲୁକା କଳା। ଚଳିତ ବର୍ଷ କୋଭିଡ ପାଇଁ ଗତ ଡିସେମ୍ବର 1 ତାରିଖରୁ ବିଭିନ୍ନ ବିଷୟକୁ ନେଇ ଆୟୋଜନ ହେଉଥିବା ଏହି ମହୋତ୍ସବର ଅନ୍ତିମ ଦିନରେ ଭାଗ ନେଇ ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି ବାଲୁକାଶିଳ୍ପୀ।