ବାଥୁଡି ସମ୍ପ୍ରଦାୟ ଓଡିଶାର ଉତର-ପଶ୍ଚିମ ଭାଗରେ ଦେଖିବାକୁ ମିଳନ୍ତି । ବାଥୁଡି ସମ୍ପ୍ରଦାୟର କେତେକ ଲୋକ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ବି ଯାଇଥିବାର ଜଣାପଡ଼େ । ୨୦୧୧ ମସିହା ଜନଗଣନା ଅନୁସାରେ ସେମାନଙ୍କ ଜନସଂଖ୍ୟା ପ୍ରାୟ ୨୨୦,୮୫୯ ବୋଲି ଦର୍ଶାଯାଇଛି । ସେମାନଙ୍କୁ ଭାରତ ସରକାର ଏକ ଅନୁସୂଚିତ ଜନଜାତି ଭାବରେ ଶ୍ରେଣୀଭୁକ୍ତ କରିଛନ୍ତି । ବାଥୁଡି ସମ୍ପ୍ରଦାୟ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ପଂଚପିର ମାଳଭୂମି ଏବଂ ଶିମିଳିପାଳ ଜଙ୍ଗଲ ପରିସରରେ ଥିବା ଜଣାପଡିଥିଲା । ସମୟ ସହିତ ସେମାନେ ପଡୋଶୀ ଅଂଚଳକୁ ଚାଲିଗଲେ । ସେମାନେ ବିଶ୍ୱାସ କରନ୍ତି ଯେ,ସେମାନେ ବ୍ରହ୍ମାଙ୍କ ବାହୁରୁ ଉତ୍ପନ୍ନ । ହିନ୍ଦୁ ଧର୍ମ ବିଶ୍ୱାସକୁ ସ୍ୱିକାର କରି ବିଭିନ୍ନ ଦେବାଦେବୀଙ୍କୁ ପୂଜା କରନ୍ତି ଏବଂ ହିନ୍ଦୁ ରୀତିନୀତି ପାଳନ କରନ୍ତି । ବିବାହ ପରମ୍ପରାରେ ସେମାନେ ପିତୃ କିମ୍ବା ମାତୃ ପକ୍ଷରୁ କୌଣସି ସମ୍ପର୍କୀୟଙ୍କୁ ବିବାହ କରିପାରିବେ ନାହିଁ । ବିବାହ କାର୍ଯ୍ୟ ବରଘରେ ଅନୁଷ୍ଠିତ ହୁଏ । ସାଧାରଣ ହିନ୍ଦୁ ବିବାହ ପରି ଏମାନଙ୍କ ବିବାହରେ ମଧ୍ୟ ଜଣେ ବ୍ରାହ୍ମଣ ପୁରୋହିତ କାର୍ଯ୍ୟ କରନ୍ତି । ବାଥୁଡି ସମ୍ପ୍ରଦାୟରେ କର୍ନା ଗୁରୁ ହେଉଛନ୍ତି ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ । ସେମାନଙ୍କ ସମାଜରେ ଜଣେ ମହିଳା ମା ହେବା ପରେ ୨୧ ଦିନ ପର୍ଯ୍ୟନ୍ତ ହାଣ୍ଡିଶାଳ ବା ହାଣ୍ଡିକୁ ଛୁଇଁବା ପାଇଁ ଅନୁମତି ଦିଆଯାଏ ନାହିଁ । ଶିଶୁର ନାମକରଣ ୯ ଦିନ କିମ୍ବା ୨୧ ଦିନରେ କରାଯାଏ । ଶିଶୁ ଜନ୍ମ ପରେ ପ୍ରାୟ ୨ ବର୍ଷ ଧରି ମା’କୁ ମାଛ, ମିଠା ଏବଂ ପାଚିଲା କଂଚା ଫଳ ଖାଇବା ଉପରେ ବାରଣ କରାଯାଏ । ମାଂସ ଏବଂ ପତ୍ରଯୁକ୍ତ ପନିପରିବା ଖାଇବାକୁ ଅନୁମତି ଦିଆଯାଏ । ମୃତ ବ୍ୟକ୍ତିର ସମାଧି ମଧ୍ୟ ତୋଳିଥାନ୍ତି ଏହି ସମ୍ପ୍ରଦାୟର ଲୋକେ । ଅଧିକାଂଶ ବାଥୁଡି ଓଡିଆର ଏକ ଉପଭାଷା କୁହନ୍ତି ଆଉ କେତେଜଣ ହୋ ଭାଷାକୁ ସେମାନଙ୍କର ମାତୃଭାଷା ଭାବେ ଗ୍ରହଣ କରିଛନ୍ତି । ଝାଡଖଣ୍ଡର ବାଥୁଡିମାନେ ହିନ୍ଦୀର ଏକ ଉପଭାଷା କୁହନ୍ତି । ସେମାନଙ୍କ ମଧ୍ୟରୁ କେତେକ ବଙ୍ଗାଳୀ ଓ କୁଡମାଲୀ ମଧ୍ୟ କୁହନ୍ତି । ତାଙ୍କ ଘରର କାନ୍ଥ ଗୁଡିକ ମାଟି ବା କାଦୁଅରେ ତିଆରି ହୋଇଥାଏ । ଘରର କାନ୍ଥରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଚିତ୍ର ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳେ । ଘରେ ମାଟିପାତ୍ର, ଧନୁତୀର, ମତ୍ସ୍ୟଜୀବୀ ଉପକରଣ ଇତ୍ୟାଦି ଥିବାର ଦେଖିବାକୁ ମିଳେ । ପୁରୁଷ ମାନେ ପୋଷାକରେ ସୂତା ଧୋତି ଏବଂ ମହିଳାମାନେ ଶାଢୀ ପିନ୍ଧନ୍ତି । ଝିଅମାନେ କେଶରେ ରଙ୍ଗୀନ୍ ରିବନ୍, ପ୍ଲାଷ୍ଟିକ୍ ଫୁଲ, ସତେଜ୍ ଫୁଲ ଲଗାଇ କେଶ ସୁନ୍ଦର ଭାବେ ସଜାଇଥାନ୍ତି । ଅଳଙ୍କାରରେ ସୁନା, ରୂପାକୁ ପସନ୍ଦ କରନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମ୍ପ୍ରଦାୟର ଝିଅ ମାନେ ବିବାହ ପୂର୍ବରୁ କପାଳରେ କିମ୍ବା ବାହୁରେ ଗୋଟେ କିମ୍ବା ଦୁଇଟି ଫୁଲ ଡିଜାଇନର ଟାଟୁ କରିଥାନ୍ତି । ନିଜର ପରିବାର ପ୍ରତିପୋଷଣ ପାଇଁ ସେମାନେ ମୁଖ୍ୟତଃ ଚାଷବାସ କରନ୍ତି । ମହିଳାମାନେ ଖଜୁରୀ ପତ୍ରର ସପ କିମ୍ବା ପଟିଆ ବୁଣିବା ସହିତ ବିକ୍ରି କରିବା ପାଇଁ ଖଲି,ଚଉପତି ତିଆରି କରନ୍ତି ।
ଓଡିଶାର ଜନଜାତି- ବାଥୁଡି

ଅର୍ଗସ୍ ବ୍ୟୁରୋ : ଓଡିଶା ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ଏଠାରେ ୬୨ ପ୍ରକାରର ଆଦିବାସୀ ବସବାସ କରନ୍ତି । ପ୍ରତ୍ୟେକ ଆଦିବାସୀ ସମ୍ପ୍ରଦାୟର ନିଜସ୍ୱ ଭାଷା,ସଂସ୍କୃତି ଓ ପରମ୍ପରା ରହିଛି । ଅଳ୍ପ କେତୋଟି ଜିଲ୍ଲାକୁ ଛାଡିଦେଲେ ପ୍ରାୟ ସମସ୍ତ ଜିଲ୍ଲାରେ ବିଭିନ୍ନ ଆଦିବାସୀ ଜନଜାତି ବସବାସ କରନ୍ତି । ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡିଶାକୁ ଏକ ନୂଆ ପରିଚୟ ଦେଇଛି । ନିଜର ସଂସ୍କୃତି ପରମ୍ପରାକୁ ବଂଚେଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛି ବାଥୁଡି । ଏବେ ଆସନ୍ତୁ ଜାଣିବା ବାଥୁଡି ସମ୍ପ୍ରଦାୟଙ୍କ ବିଷୟରେ କିଛି କଥା -
ପଙ୍କରେ ପଇଚି ହାତ...

ଅର୍ଗସ ବ୍ୟୁରୋ: କଟକର ନାଳି ଆଉ ଗଳି କେତେବେଳୋ କାହାକୁ କ’ଣ ଦେଇଦେବ ଆଉ କେତେବେଳେ କାହାଠୁ କ’ଣ ନେଇଯିବ କିଏ ଜାଣିଛି। ତଥାପି ଏ ନାଳି ରୌପ୍ୟ ନଗରୀର ସଂସ୍କୃତି ଆଉ ରାଜନୀତି ସହ ଜଡିତ। ପ୍ରତିବର୍ଷ ଏ ହିଁ ପାଲଟେ ରାଜନୈତିକ କ୍ଷମତା କେନ୍ଦ୍ରର ପଶାପାଲି। ନାଳ ସମସ୍ୟା, ଡ୍ରେନ ସଫେଇ କାର୍ଯ୍ୟକୁ ନେଇ ସନ୍ତୁଳୀ ହେଉଥିବା ଆମ କଟକ ସହରର ଏବେ ଚର୍ଚ୍ଚା ଭିନ୍
Download Argus News App
