ହେଲେ ଏବେ ଆଦିବାସୀମାନେ ଏହାକୁ କରୋନାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରୁଛନ୍ତି । କୁସୁମ, ଆମ୍ବ ଏବଂ ଶାଳ ଗଛରୁ କାଇ ପୋକ ସଂଗ୍ରହ କରାଯାଇଥାଏ । ଏହି ପୋକ ପତ୍ରରେ ଅଣ୍ଡା ଦେଇଥାନ୍ତି । ଆଦିବାସୀ ଲୋକମାନେ ଉଭୟ କାଇ ପୋକ ଓ ଅଣ୍ଡାକୁ ସଂଗ୍ରହ କରିଥାନ୍ତି ।
ପରେ ସେଥିରେ ରସୁଣ, ଧନିଆ ଲଙ୍କା, ଧନିଆ ପତ୍ର, ଅଦାକୁ ମିକ୍ସ କରି ଶିଳରେ ବାଟିଥାନ୍ତି । ତାପରେ ଏକ କାଚ ଜାରରେ ରଖି କଞ୍ଚା ସୋରିଷ ତେଲ ଦେଇ କିଛି ଦିନ ଖରାରେ ରଖାଯାଏ । ଏବଂ ତାର ଜଳୀୟ ଅଂଶ କମିବା ପରେ ତାକୁ ମେଡ଼ିସିନ ରୂପେ ବ୍ୟବହାର କରିଥାନ୍ତି । ଯାହାକୁ ଖାଇଲେ ଥଣ୍ଡା, କାଶ, କଫୋ, ସର୍ଦି ଭଲ ହୋଇଥାଏ ।
ଶରୀରକୁ ଶୀତ ଦିନରେ ଗରମ ଯୋଗାଇଥାଏ ଏହି ଔଷଧ । ଏହି କୁରକୁଟିକୁ ବଜାରରେ ମଧ୍ୟ ବିକ୍ରି କରାଯାଇଥାଏ । ପୂର୍ବ ପୁରୁଷ ଅମଳରୁ ଏହି କାଇପୋକକୁ ବ୍ୟବହାର କରିଆସୁଛନ୍ତି ଆଦିବାସୀ । ଏହି ଔଷଧ ଖାଇଲେ ରୋଗରୁ ତୁରନ୍ତ ଉପଶମ ମିଳିଥାଏ ବୋଲି ସେମାନେ କହିଛନ୍ତି ।