ଆଜି ଏହି ଚଢାଉ ବେଳେ ୧୬ଟି ଦୋକାନରୁ ୮ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହିପରି ଭାବେ ପଲିଥିନ୍ ପାଇଁ ଚଢାଉ କରାଯାଇଥିବା ବେଳେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଉଦଳା ଏନଏସିକୁ ପୁରା ପଲିଥିନ୍ ମୁକ୍ତ କରିବାକୁ ଏନଏସି ଚେଷ୍ଟା କରୁଥିବା ଅଧିକାରୀ କହିଛନ୍ତି । ଅକ୍ଟୋବର ୨ ପରେ କୌଣସି ଦୋକାନୀଙ୍କ ନିକଟରେ ପଲିଥିନ୍ ମିଳିଲେ ତାଙ୍କୁ ଅଧିକ ପରିମାଣର ଫାଇନ୍ କଟାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି ।
" >ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳା ଏନଏସିକୁ ପଲିଥିନ ମୁକ୍ତ କରିବା ପାଇଁ ଏନଏସି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହାକୁ ନେଇ ଆଜି ଏନଏସି ଏବଂ ପୋଲିସ ମିଳିତ ଭାବେ ଉଦଳାର ବିଭିନ୍ନ ଗ୍ରୋସରୀ ଦୋକାନଠାରୁ ଆରମ୍ଭ କରି ଜଳିଖିଆ ଦୋକାନ, ହୋଟେଲ, ଢାବା ଆଦିରେ ଚଢାଉ କରାଯାଇଛି ।