ପାଣିପାଗର ଏହି ତିନି ନିୟାମକକୁ ନେଇ ରାଜ୍ୟରେ ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷାର ସମ୍ଭାବନା ରହିଛି। ଏହିସମୟରେ ୪୦ ରୁ ୫୦ କିମି ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏହାସହ ୧୮ ଜିଲ୍ଲା ଯେପରିକି ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ବଲାଙ୍ଗିରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରିକରଯାଇଛି।
ସେହିପରି କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟରେ କୁଆପଥର ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ରାଜ୍ୟର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଏହାସହ ୬ ଜିଲ୍ଲାକୁ ହଳଦିଆ ଚେତାବନୀ ଦିଆଯାଇଛି।
ଗଜପତିରେ ନୂଆଗଡରେ ସର୍ବାଧିକ ୪୦.୪ ମିମି ବର୍ଷା ରେକର୍ଡ କରାଯାଇଛି ।ସେହିପରି ୧୧ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ କିରେଇରେ ୪୩ . ୩ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।
ସେପଟେ ଆଗାମୀ ଦିନରେ ଆଉ ତିନିଦିନ ପରେ ରାଜ୍ୟରେ କାଳବୈଶାଖୀ କ୍ରମଶଃ ହାସପାଇବା ସହ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ମୌସୁମୀର ଆଗମନ ଏଥର ବିଳମ୍ୱରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ବେଳେ ଏଯାଏ ଓଡିଶା ପାଇଁ ସେଭଳି କିଛି ନିର୍ଦ୍ଦିଷ୍ଟ ମୌସୁମୀ ଜନିତ ସୂଚନା ଆକଳନ କରାଯାଇନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର