ଅନ୍ୟପଟେ ବାୟୁ ଚଳାଚଳର ପରିବର୍ତ୍ତନକୁ ନେଇ ଆସନ୍ତା ୧୮ ତାରିଖରୁ ପୁଣି ବଢିବ ବର୍ଷା । ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ବର୍ଷା ସହ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓଡ଼ିଶା ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ସେହିପରି ୧୯ରେ ବିଜୁଳି ଘଡଘଡି ବର୍ଷା ଜାରିରହିବ। ଏହାସହ ୨୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ସହ ବିସ୍ତୃତି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତରରୁ ଦକ୍ଷିଣ ଯାଏ ପ୍ରବଳ ବର୍ଷାରେ ଭିଜିବ ଓଡିଶା।
ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ୩. ୬ ମିମି ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫୩ ପ୍ରତିଶତ କମ ରହିଛି । ସର୍ବାଧିକ ୪୮.୮ ମିମି ବର୍ଷା ନୟାଗଡ଼ର ବାରମୁଳ ଠାରେ ରେକର୍ଡ ହୋଇଛି ।
ସେପଟେ ଚଳିତ ମୌସୁମୀରେ ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ୨୦୧୨.୬ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫୪ ପ୍ରତିଶତ ଅଧିକ ରହିଛି। ୨ ଜିଲ୍ଲା ଝାରସୁଗୁଡା ଓ ବୌଦ୍ଧରେ ସ୍ୱାଭାବିକ ଠାରୁ ଅଧିକା ବର୍ଷା ରେକର୍ଡ କରାଯାଇଥିବା ବେଳେ ଏବେବି ୪ ଜିଲ୍ଲା କେନ୍ଦ୍ରାପଡା, ପୁରୀ, କଳାହାଣ୍ଡି ଓ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ସହ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର....