ଆସନ୍ତା ୨୪ ଘଣ୍ଟା ପାଇଁ କେଉଁଝର, ମୟୁରଭଞ୍ଜ, ବାଲେଶ୍ବର,ଭଦ୍ରକ, ଯାଜପୁର, ମାଲକାନାଗିରି, କୋରାପୁଟ,ନୂଆପଡ଼ା,କଳାହାଣ୍ଡି,କଂଧମାଳ, ଗଜପତି,ରାୟଗଡ଼ା, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା,ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ଜାରି ହୋଇଛି। ଯାହାକୁ ନେଇ ହଳଦିଆ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ। ଚଳିତ ମୌସୁମୀ ଋତୁ ୧ ଜୁନରୁ ୨୬ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ ୧୦୯୪ ମି.ମି. ବର୍ଷା ରେକର୍ଡ଼ ହୋଇଛି। ଏହା ସ୍ବାଭାବିକ ବର୍ଷା ଠାରୁ ମାତ୍ର ୩ ପ୍ରତିଶତ କମ୍। ଅନ୍ୟପକ୍ଷରେ ତିନିଟି ଜିଲା ଝାରସୁଗୁଡ଼ା, ଢେଙ୍କାନାଳ ଏବଂ ବୌଦ୍ଧ ରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ଦୁଇଟି ଜିଲା କେନ୍ଦ୍ରାପଡ଼ା ଏବଂ ନବରଙ୍ଗପୁର ରେ ନିଅଣ୍ଟିଆ ସ୍ଥିତି ରହିଛି। ବାକି ୨୫ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। ଇତିମଧ୍ୟରେ ଗତକାଲି ଠୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣତଃ ୧୭ ସେପ୍ଟେମ୍ବରରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ବିଳମ୍ବରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର...