ଗତକାଲି ସାରା ରାଜ୍ୟ ବର୍ଷାରେ ଭିଜିଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ହୋଇଛି। ରାଜ୍ୟର ୩ ସହରରେ ଅତି ପ୍ରବଳ ବର୍ଷା ହୋଇଥିବାବେଳେ ୮ ସହରରେ ହୋଇଛି ପ୍ରବଳ ବର୍ଷା। କୋରାପୁଟ ଜୟପୁରରେ ସର୍ବାଧିକ ୧୪୮.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଅଧିକ ପାଣିପାଗ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ଜାରି ରହିଛି ପଶ୍ଚିମାଝଡ ପ୍ରଭାବ। ଆଜି ବି ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଲରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ଵର, ଗଜପତି, ଗଞ୍ଜାମ, କନ୍ଧମାଳ ରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏହି ସମୟରେ ୪୦ ରୁ ୫୦ କିମି ବେଗରେ ପବନ ବହିବ। ଆସନ୍ତାକାଲି ରାତିଠାରୁ କମିବ ପଶ୍ଚିମାଝଡ଼ର ପ୍ରଭାବ। ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ହାଲୁକା ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହାପରେ କ୍ରମଶଃ ପାଣିପାଗରେ ପରିବର୍ତ୍ତନ ଆସିବ। ଦିନର ତାପମାତ୍ରା ବୃଦ୍ଧି ପାଇବ। ପୁଣି ତାପମାତ୍ରା ସାଙ୍ଗକୁ ଖରା ବଢିବ।