ଅଧିକ ଖବର ପଢ଼ନ୍ତୁ: ଆଜିଠୁ କାଁ ଭାଁ ବର୍ଷା, ବଢ଼ିବ ଖରା
ଏହାସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗତ ୩ ଦିନ ହେଲା ସାରା ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ସବୁଆଡେ ପାଗ ଏବେ ଥଣ୍ଡା ରହିଛି।
ଅର୍ଗସ ବ୍ୟୁରୋ: ପଶ୍ଚିମା-ଝଡ ପ୍ରଭାବରେ ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ଆଗାମୀ ୨ ରୁ ୩ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବ।
ଅଧିକ ଖବର ପଢ଼ନ୍ତୁ: ଆଜିଠୁ କାଁ ଭାଁ ବର୍ଷା, ବଢ଼ିବ ଖରା
ଏହାସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗତ ୩ ଦିନ ହେଲା ସାରା ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ସବୁଆଡେ ପାଗ ଏବେ ଥଣ୍ଡା ରହିଛି।
ଅର୍ଗସ ବ୍ୟୁରୋ: ବନ୍ଧୁକ ଦେଖାଇ ଲୁଟିନେଲେ।ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗାଁରେ ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ରାତ୍ରି ସାଢେ ନଅରେ ସଶସ୍ତ୍ର ଡକାୟତି । ମୁଖା ପିନ୍ଧା ସଶସ୍ତ୍ର ଡ଼କାୟତ ଘରେ ପଶି ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ଅତର୍କିତ ଆକ୍ରମଣ କରିଥିଲେ । ଘରର ଜଣେ ଶିଶୁ ମୁଣ୍ଡରେ ବନ୍ଧୁକ ରଖି ପରିବାର ଲୋକଙ୍କୁ ଭୟଭୀତ କରି ଘରରୁ ଲକ୍ଷାଧିକ ଟଙ୍କା ଓ ସୁନା ରୁପା ନେଇ ଯାଇଛନ୍ତି।
ଡକାୟତ ମାନେ ୩ଜଣଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଆଘାତ କରିଛନ୍ତି। ସୁନ୍ଦର ଶ୍ୟାମଙ୍କୁ ମୁଣ୍ଡ ପଛ ପଟେ ବନ୍ଧୁକରେ ଆଘାତ କରିଥିବା ବେଳେ ତାଙ୍କୁ ପ୍ରଥମେ ଖଡ଼ିଆଳ ହସ୍ପିଟାଲ ଓ ପରେ ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବା ପରିବାର ଲୋକେ କହିଛନ୍ତି । ସୁନ୍ଦର ଙ୍କ ବାପା ଭରତଙ୍କ ମୁଣ୍ଡରେ ଆଘାତ କରିଛନ୍ତି ଓ ମାଆ ଜମ୍ବୁଙ୍କ ଗୋଡ଼ରେ ବାଡେଇଛନ୍ତି। ସଶସ୍ତ୍ର ଡ଼କାୟତ ମାନଙ୍କ ମଧ୍ୟରୁ କିଛି ଚିହ୍ନା ମୁହଁ ଥିବା ବେଳେ ଅନେକ ମୁଖା ପିନ୍ଧିଥିବା ପରିବାର ଲୋକେ କହିଛନ୍ତି । ଘଟଣା ପରେ ଖଡ଼ିଆଳ ପୋଲିସକୁ ଯୋଗାଯୋଗ କରିବାରୁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗୋରିଲ ଗ୍ରାମର କାଜୁ ଜଙ୍ଗଲରେ ଦୁଇଦିନ ହେବ ଏକ ଦନ୍ତା ହାତୀଟି ଅସୁସ୍ଥ ଥିବାରୁ ହିନ୍ଦୋଳ ବନ ବିଭାଗ ଅସୁସ୍ଥ ହାତୀର ଯତ୍ନ ନେଉଥିବା ଜଣାପଡିଛି ।
ହାତୀ ଆସନ୍ତାକାଲି ସକାଳ ସମୟରେ ଗାଁ ପୋଖରୀରେ ଗାଧୋଇବା ବେଳେ ହାତୀଟି କୁଆଡେ ଯାଇପାରି ନଥିବା ହେତୁ, ଗ୍ରାମର ଲୋକମାନେ ବନବିଭାଗକୁ ଖବର ଦେଇଥିଲେ । ଏବଂ ବନ ବିଭାଗର କର୍ମଚାରୀମାନେ ଆସି ହାତୀଟିକୁ ପାଖ କାଜୁ ଜଙ୍ଗଲକୁ ନେଇ ତାର ଯତ୍ନ ନେଉଥିବା ଜଣାପଡିଛି ।
ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ହାତୀ । ହାତୀ ମୃତ୍ୟୁ ବଢୁଥିବାବେଳେ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ଏକ ପ୍ରକାର ଜରୁରୀ ହୋଇପଡିଛି । ଗତ 1 ତାରିଖରେ ଢ଼େଙ୍କାନାଳରେ ଏକ ହାତୀର ମୃତ୍ୟୁ ଘଟିଥିଲା । ସଦର ରେଞ୍ଜ ବୋରାପଦା ଖମାର ନିକଟରେ ଏକ ଆମ୍ବ ତୋଟାରେ ହାତୀର ମୃତ୍ୟୁ ହୋଇଥିଲା । ବିଦ୍ୟୁତ ତାର ସଂସ୍ପର୍ଷରେ ଆସି 15 ବର୍ଷର ହାତୀଟିର ମୃତ୍ୟୁ ହୋଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଖେଳୁ ଖେଳୁ ବୋରୱେଲ ଭିତରେ ଖସି ପଡ଼ିଲା ୩ ବର୍ଷର ଝିଅ। କୁନି ଝିଅଟି ବଞ୍ଚିବା ପାଇଁ ଆକୁଳ ଚିତ୍କାର କରୁଥିବାବେଳେ ନିରୂପାୟ ବାପା ମା’ ବାହାରେ କେଳବ ଆଖିରୁ ଲୁହ ଗଡ଼ାଉଛନ୍ତି। ଅପରପକ୍ଷେ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବା ବେଳେ ଖୁବ୍ ଶୀଘ୍ର ପିଲାଟିକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯିବ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ଘଟିଛି ।
ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ। ତେବେ ୩୦୦ ମିଟର ଖୋଳିଥିଲେ ବି ପାଣି ନ ବାହାରିବାରୁ ସେ ଆଉ ଖୋଳିନଥିଲେ । ସେବେଠୁ ବୋରୱେଲଟି ଖୋଲାଥିବା ବେଳେ ଛୋଟ ଝିଅଟି ଅଜାଣତରେ ସେଥିରେ ଖସିପଡିଛି । ଝିଅକୁ ଖୋଜି ଖୋଜି ପରିବାର ଲୋକେ ପାଇ ନ ଥିବା ବେଳେ ବୋରୱେଲ ଭିତରୁ କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ। ଏନେଇ ସେମାନେ ସ୍ଥାନୀୟ ପୁଲିସ୍କୁ ଜଣାଇବାରୁ ତୁରନ୍ତ ପୋଲିସ ସମେତ ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ବୋରୱେଲ ପାଖରେ ସମାନ୍ତରାଳ ଭାବେ ଖୋଳା ଚାଲିଛି । ଆଉ କିଛି ସମୟ ମଧ୍ୟରେ ଝିଅ ପାଖରେ ପହଞ୍ଚିଯିବ ଉଦ୍ଧାରକାରୀ ଟିମ୍ । ଅନ୍ୟପଟେ ଝିଅକୁ ଅକ୍ସିଜେନ ଯୋଗାଣ ଜାରି ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଝିଅଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: