ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି । ବାକି ୨୧ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କାଲିଠୁ ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ଜାରି ରହିବ । ବିଶେଷ କରି ମଧ୍ୟାହ୍ନରେ ତାତି ବଢିଲେ ବି ଅପରାହ୍ନରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଉତ୍ତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ରହିବ । ଆସନ୍ତା ୨୩ ତାରିଖ ବେଳକୁ ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି । ତାର ପ୍ରଭାବରେ ୨୭ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ପଶ୍ଚିମା ଝଡ ଯେତିକି ନିକଟତର ହେବ ତାହାର ପ୍ରଭାବ କେତେ ଅଧିକ ପଡିବ ସେ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏବେ ରାଜ୍ୟରେ ବାୟୁମଣ୍ଡଳର ତଳ ଭାତରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ଜାରି ରହିଥିବା ବେଳେ ଉପରି ଭାଗରେ ଉଷ୍ମ ଶୁଷ୍କ ବାୟୁ ପ୍ରବାହ ଜାରି ରହିଛି । ଫଳରେ ରାଜ୍ୟରେ ବିପଦପୂର୍ଣ୍ଣ ଘଡଘଡି ବିଜୁଳି ସହ ବର୍ଷା ପବନ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଗୋପାଳପୁରରେ ସର୍ବାଧିକ ୪୫.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡା ମାର୍ଶାଘାଇରେ ୪୫ ମିଲିମିଟର ଏବଂ ଖୋର୍ଦ୍ଧା ବାଣପୁରରେ ୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଅଧିକ ପାଣିପାଗ ଖବର ପଢ଼ନ୍ତୁ