ଅର୍ଗସ ବ୍ୟୁରୋ: ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ଶୁଷ୍କ ଉତ୍ତପ୍ତ ବାୟୁ। ଏବଂ କଳାବୈଶାଖୀ ବର୍ଷାର ଅଭାବ ତଥା ସୂର୍ଯ୍ୟଙ୍କର ପ୍ରଖର କିରଣ ତାପମାତ୍ରା ବୃଦ୍ଧିର କାରଣ ବର୍ତ୍ତମାନ ବଢ଼ାଇଛି ତାତି। ଆସନ୍ତା ୨ ଦିନ ସିଝିବ ସାରା ଓଡ଼ିଶା। ସ୍ଵାଭାବିକ ଠାରୁ 3 ରୁ 5°C ଯାଏଁ ବଢିବ ଦିନ ତାପମାତ୍ରା।ଆଜି ଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ। 16 ଏବଂ 17 ତାରିଖରେ ଅସହ୍ୟ ହେବ ତାତି। ଆସନ୍ତା ୨୪ ଘଣ୍ଟା ପାଇଁ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ନେଇ ୫ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର, ବଲାଙ୍ଗୀର।
ସେହିପରି ୧୬ ତାରିଖରେ ୮ ଜିଲ୍ଲାକୁ ହିଟ ୱେଭ ନେଇ ହଳଦୀଆ ଚେତାବନୀ ଜାରି କରାଯାଇଥିବା ବେଳେ ୨୦ ତାରିଖ ସକାଳ ସାଢେ଼ ଆଠଟା ପର୍ଯ୍ୟନ୍ତ ଏଭଳି ତାତି ଏବଂ ଗୁଳୁଗୁଳି ଅନୁଭୁତ ହେବ।
ଏଥିସହିତ ଗତ ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ା ୪୩.୮ ଡିଗ୍ରୀ ତାପମାତ୍ରା ସହ ସାଜିଥିଲା ଉତପ୍ତ ସହର।ସେହିପରି ଭୁବନେଶ୍ଵର ରେ ୩୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଆଜି ମଧ୍ୟ ୩୮ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର