ତାମିଲନାଡୁର ରାଜଧାନୀ ଚେନ୍ନାଇରେ ରହୁଥିବା ଲକ୍ଷ୍ମୀ ସାଈ ସାରା ଦୁନିଆକୁ ଆଜି ତାଙ୍କ ପାକ କୌଶଳ ଦେଖାଇ ଆଚମ୍ବିତ କରାଇଛନ୍ତି। ପିଲାବେଳୁ ରୋଷେଇ ପ୍ରତି ଋଚି ରଖୁଥିବା ଲକ୍ଷ୍ମୀ ତାଙ୍କ ମାଙ୍କ ଠାରୁ ରୋଷେଇ ଶିକ୍ଷା କରିଥିଲେ। ଲକଡାଉନ ସମୟର ଉପଯୋଗ କରି ସେ ରୋଷେଇରେ ମାହିର ହୋଇଥିଲେ। ଯାହାଫଳରେ ଆଜି ସେ ୟୁନିକୋ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି। ଏନେଇ ସେ କହିଛନ୍ତି ଯେ, ତାଙ୍କ ପିତାଙ୍କ ଠାରୁ ତାଙ୍କୁ ପ୍ରେରଣା ମିଳିଥିଲା।
ଏନେଇ ଲକ୍ଷ୍ମୀଙ୍କ ମା କହିଛନ୍ତି ଯେ, ଲକଡାଉନ ସମୟରେ ଘରେ ବିଭିନ୍ନ ପାରମ୍ପରିକ ରୋଷେଇ ହେଉଥିଲା। ଏହାକୁ ଦେଖି ଲକ୍ଷ୍ମୀ ଋଚି ଦେଖାଇଥିଲା। ଏହାକୁ ଦେଖି ତାର ପିତା ୱାର୍ଲ୍ଡ ରେକର୍ଡ ପାଇଁ ପ୍ରୋତ୍ସାହିତ କରିଥିଲେ। ଲକ୍ଷ୍ମୀ ପୂର୍ବରୁ କେରଳର ଜଣେ ଝିଅ ସାଂୱି 30ଟି ଡିସ ପ୍ରସ୍ତୁତ କରି ରେକର୍ଡ କରିଥିଲା। ଏହାପରେ ଲକ୍ଷ୍ମୀ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ କରିଥିଲା। ଯାହାକି ଆଜି ଲକ୍ଷ୍ମୀ ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ହାସଲ କରିଛି।