ଅଟୋ ଡ୍ରାଇଭରଙ୍କ ମହାନତା
ଅର୍ଗସ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ଅତିରିକ୍ତ ବଜେଟ୍ ୨୦୨୦-୨୧। ମୋଟ ୧୧,୨୦୦ କୋଟିର ଅତିରିକ୍ତ ବଜେଟ୍ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିଛନ୍ତି। ମହିଳା ଏବଂ ଶିଶୁ ସଶକ୍ତିକରଣ ପାଇଁ ୩୪ କୋଟିର ବ୍ୟୟ ବରାଦ ହୋଇଛି। ସପ୍ଲିମେଣ୍ଟାରୀ ପୁଷ୍ଟିକର କାର୍ଯ୍ୟକ୍ରମ-POSHAN ପାଇଁ ୧୨ କୋଟିର ବ୍ୟୟ ବରାଦ ହୋଇଛି। ଏତଦ୍ ବ୍ୟତୀତ ରାଜ୍ୟ ସହାୟତା କାର୍ଯ୍ୟକାରିତା-ICDS ପାଇଁ ୨୨କୋଟିର ବ୍ୟୟ ବରାଦ ହୋଇଛି।