ମୟୁରଭଞ୍ଜ : ମାଟିରୁ ଭଳିକି ଭଳି କଳାକୃତି ତିଆରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସୁଷମା । କେବଳ ନିଜେ ସ୍ୱାବଲମ୍ବୀ ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ଆତ୍ମନିର୍ଭରର ବାର୍ତ୍ତା ଦେଇଛନ୍ତି ଏହି ମହିଳା । ମାଟି କାମ କରି ବେଶ ଦିପଇସା ରୋଜଗାର କରିପାରୁଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଆରପଟା ପଂଚାୟତ ଧାଉଁଡିଆ ଗ୍ରାମର ସୁଷମା ବିଶ୍ୱାଳ । ଯାହାକୁ ତାଙ୍କୁ ଦେଇଛି ଭିନ୍ନ ପରିଚୟ ।
ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଆରପଟା ପଂଚାୟତ ଧାଉଁଡିଆ ଗ୍ରାମର ସୁଷମା ବିଶ୍ୱାଳଙ୍କ ହାତର ସ୍ପର୍ଶ ବାଜିଲେ ମାଟି ବି ହୋଇଉଠେ ଜୀବନ୍ତ । ଭଳିକି ଭଳି ଶଙ୍ଖଠାରୁ ଆରମ୍ଭ ମୂର୍ତ୍ତି ଆହୁରି କେତେ କଣ... । ଆଉ ଏହି ମାଟି କଳାକୃତି ଆଜି ସୁଷମାଙ୍କୁ ଦେଇଛି ଭିନ୍ନ ପରିଚୟ । କିଛି ବର୍ଷ ପୂର୍ବେ ସୁଷମା ମାଟିରେ ଭଳିକି ଭଳି ସାମଗ୍ରୀ ତିଆରି କଲେ । ଆଉ ଅତି ନିଖୁଣ କାମ କରିପାରିବାରୁ ସେ ଏହାକୁ ପେଶା ଭାବେ ଗ୍ରହଣ କଲେ । ଗାଁର ଅନ୍ୟ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଢିଲେ । ଆଉ ଏଠାରେ ସମସ୍ତେ ମିଶି ମାଟିରୁ ଭଳିକି ଭଳି ସାମଗ୍ରୀ ତିଆରି କରିବା ପରେ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରୁଛନ୍ତି । ଏପରିକି ଜିଲ୍ଲା ବାହାରକୁ ମଧ୍ୟ ଏହି କଳାକୃତି ବିକ୍ରି ପାଇଁ ଯାଇଥାଏ ।
ସୁଷମା ଜଣେ ଗୃହିଣୀ ହୋଇଥିବାରୁ ଘର କାମ ସାରିବା ପରେ କାମରେ ଲାଗିପଡନ୍ତି । ଆଉ ଏଥିପାଇଁ ପରିବାର ଲୋକେ ପୂରା ସହଯୋଗ କରିଥାନ୍ତି । ବଜାରକୁ ସାମଗ୍ରୀଗୁଡିକ କିଭଳି ବିକ୍ରି ପାଇଁ ଯିବ ସେ ନେଇ ସୁଷମାଙ୍କ ସ୍ୱାମୀ ପ୍ରଦୀପ ପୁରା ସହଯୋଗ କରିଥାନ୍ତି ।