ପୂର୍ବରୁ ନାରୀ ମାନଙ୍କ ସୁରକ୍ଷାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପିଙ୍କ ଅଟୋ, ମୋ ସାଥି ଆପ, ସହାୟତା ଆପ ଭଳି ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନିଆଯାଇଥିଲା। ହେଲେ ୨ବର୍ଷ ହେବ ପିଙ୍କ ଅଟୋ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ମୋ ସାଥି ଆପକୁ ସହାୟତା ଆପ ସହିତ ମିଶାଇ ଦିଆଯାଇଛି। ତଥାପି ବି ରାଜଧାନୀର ଅନେକ କର୍ମଜୀବୀ ମହିଳା ଆଜି ବି ସହାୟତା ଆପ ବିଷୟରେ ଅବଗତ ନଥିବା ଅଭିଯୋଗ କରିଛନ୍ତି।
ସେହିପରି ପୂର୍ବରୁ ସ୍କୁଲ କଲେଜ ସ୍ତରରେ ସେଲ୍ଫ ଡିଫେନ୍ସ ଟ୍ରେନିଂ ଦିଆଯାଉଥିବା ବେଳେ ଏବେ ଏସବୁ କାର୍ଯ୍ୟକ୍ରମ ବନ୍ଦ ରହିଛି। ତେବେ ସଚେତନତା ଅଭାବରୁ ଦିନକୁ ଦିନ ରାଜଧାନୀରେ ଅପରାଧ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ତେବେ ରାଜଧାନୀରେ ମହିଳା ସୁରକ୍ଷାକୁ ନେଇ କମିଶନରେଟ ପୋଲିସର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଛି।