ବଲାଙ୍ଗୀର: ଛୋଟ ବୟସରେ ବଡ଼ ପ୍ରତିଭା। ଇଣ୍ଟରନ୍ୟାସନାଲ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ । ବିଶ୍ୱର ସର୍ବ କନିଷ୍ଠ ଲେଖକ ମାନ୍ୟତା ଭାବରେ ସ୍ଥାନ ପାଇଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଆଶ୍ରମପଡାରର ସୁଦୀପ୍ତ ସାହୁ। ବୟସ ମାତ୍ର 18 ବର୍ଷ ହେଲେ ଇଂରାଜୀରେ ପୁସ୍ତକ ଲେଖି ସେ ଏବେ ବ୍ରେଭୋ ୱାର୍ଲ୍ଡ଼ ରେକର୍ଡରେ ସ୍ଥାନ ପାଇଛନ୍ତି। ସୁଦିପ୍ତ କମ ବୟସରୁ ଭିନ୍ନ ଭିନ୍ନ ଲେଖକଙ୍କ ବହି ପଢିବାରେ ରୁଚି ରଖୁଥିଲେ। ତେବେ ସ୍କୁଲ, କଲେଜ ସମୟରେ ଭଲ ପାଢ ପଢୁଥିବା ବେଳେ ସେ କେବେ ଚାକିରି କରିବି ବୋଲି ଚିନ୍ତା ନକରି ବ୍ୟବସାୟ ଆରମ୍ଭ କରି ଏକ ସଫଳ ବ୍ୟବସାୟୀ ହେବି ବୋଲି ଭାବିଥିଲେ। ପ୍ରଥମେ ପ୍ରଥମେ ବ୍ୟବସାୟକୁ ନେଇ ଅନେକ ପତ୍ର ପ୍ରତିକାରେ ତାଙ୍କର ଲେଖା ବାହରୁଥିଲା। ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢୁଥିବା ସମୟରେ ସୁଦିପ୍ତ ଇଂରାଜୀ ଭାଷାରେ ମନୁଆଲ ଅଫ ସ୍ଟାଟଅପ୍ ବିଜ୍ନେସ ନାମକ ଏକ ପୁସ୍ତକ ଲେଖିଥିଲେ। ବର୍ତ୍ତମାନ ସମୟରେ ଏହି ପୁସ୍ତକ ଦିଲ୍ଲୀର ବ୍ଲୁରୋଜ ନାମକ ପ୍ରକାଶକ ଏହାକୁ ପ୍ରକାଶନ କରୁଛି। ଏହି ସମୟରେ ସୁଦିପ୍ତଙ୍କୁ ଏହି ପୁସ୍ତକକୁ ପାଇଁ ସର୍ବ କନିଷ୍ଠ ଲେଖକ ଭାବେ ବ୍ରାଭୋ ଇଣ୍ଟର ନ୍ୟାସନାଲ ବୁକ ଅପ୍ ୱାର୍ଲ୍ଡ଼ ରେକର୍ଡ ସ୍ଥାନ ମିଲିଛି ।
ସୁଦିପ୍ତଙ୍କ ଏହି ସଫଳତାକୁ ନେଇ ପରିବାର ଲୋକେ ମଧ୍ୟ ବେଶ ଖୁସି ଅଛନ୍ତି। ଇଂରାଜୀ ଭାଷାରେ ମନୁଆଲ ଅପ୍ ସ୍ଟାଟଅପ୍ ବିଜ୍ନେସ ପୁସ୍ତକ ଆମାଜନ ଭଲି ଭିନ୍ନ ଭିନ୍ନ ଆପରେ ଉପଲବ୍ଧ ରହିଛି । ଅନ୍ତଜାର୍ତିୟ ପୁସ୍ତକ ମେଳାରେ ମଧ୍ୟ ସାମିଲ ହୋଇଥିବା ସୁଦିପ୍ତ କହିଛନ୍ତି ସୁଦିପ୍ତ ଭଲ ପାଢ ପଢୁଥବା ବେଳେ ସେ କେବେ ଚାକିରି କରିବେ ନାହିଁ ସମାଜସେବା ଓ ବ୍ୟବସାୟ ଆରମ୍ଭ କରିବି ବୋଲି ବୋଲି ପରିବାର ଲୋକେ କହିଛନ୍ତି। ଭବିଷ୍ୟତରେ ସୁଦିପ୍ତ ଜଣେ ବଡ ଶିଳ୍ପପତି ହେବା ସହ ସମାଜସେବା କାମରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି।
କଣ୍ଟାବାଞ୍ଜି ଭଳି ଗୋଟିଏ ଛୋଟ ସହରରୁ ଜଣେ ଲେଖକ ବିଶ୍ୱରେ କନିଷ୍ଠ ଲେଖକ ଭାବରେ ସ୍ଥାନ ପାଇଥିବାରୁ ସେ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଗୌରବ ଆଣିବା ସହ ଯୁବ ପିଢ଼ି ପାଇଁ ଉଦାହରଣ ପାଲଟିଛନ୍ତି।