ଅର୍ଗସ୍ ବ୍ୟୁରୋ :ଭାରତୀୟ ଇ-ମାର୍କେଟିଂ କମ୍ପାନୀ ଫ୍ଲିପ୍କାଟ୍ର୍ ଆରମ୍ଭ କରିବାକୁ ଯାଉଛି ଏକ ୪୫ ଦିନିଆ ଇଂଟର୍ଣ୍ଣସିପ୍ ପ୍ରୋଗ୍ରାମ୍ । ଏହା ମାଧ୍ୟମରେ ଅନେକ ସଂଖ୍ୟକ ଭାରତୀୟ ଯୁବ ନିଯୁକ୍ତି ଆଶାୟୀଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ କରିବ ବୋଲି ମଧ୍ୟ ଜଣାପଡ଼ିଛି । ଉତ୍ସବ ଋତୁରେ ନିଜର ବିଗ୍ ବିଲିୟନ୍ ଡେଜ୍ ସେଲ୍ ଇଭେଂଟ୍ ଅବସରରେ ଏହି ସବୁ ନିଯୁକ୍ତି ସୃଷ୍ଟି କରାଯିବ ।
କମ୍ପାନୀ ସୂତ୍ରରୁ ଜଣାପଡ଼ିଛି, ବିଭିନ୍ନ ମଧ୍ୟମ ଧରଣର ସହରଗୁଡ଼ିକରେ ଅଣ୍ଡର-ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କକୁ ଇଂଟର୍ଣ୍ଣସିପ୍ ଅଫର୍ ପ୍ରଦାନ କରାଯିବ । ସେମାନେ ମୁଖ୍ୟତଃ ସପ୍ଲାଇ ଚେନ୍ ବା ଯୋଗାଣ ଶୃଙ୍ଖଳରେ କାମ କରିବାର ସୂଯୋଗ ପାଇବେ । ୪୫ ଦିନର ଏହି ଇଂଟର୍ଣ୍ଣସିପ୍ ପ୍ରୋଗ୍ରାମରେ ପ୍ରାର୍ଥୀଙ୍କୁ ଉପଯୁକ୍ତ ଦରମା ବା ପାରିଶ୍ରମିକ ମଧ୍ୟ ଦିଆଯିବ । ପ୍ରାର୍ଥୀମାନେ କିପରି ସପ୍ଲାଇଚେନ୍ ମ୍ୟାନେଜମେଂଟ୍ ଦ୍ୱାରା ଆବଶ୍ୟକୀୟ ଦକ୍ଷତା ହାସଲ କରିବେ ଏବଂ ଇ-କମର୍ସ ଇକୋ ସିଷ୍ଟମ୍ ସହିତ ପରିଚିତ ହେବେ ସେ ବାଦଦରେ ତାଲିମ୍ ନେବେ । ଗତ ବର୍ଷ ମଧ୍ୟ ଏହି ପ୍ରୋଗ୍ରାମ୍ କାର୍ଯ୍ୟକାରୀ ହୋଇଥିଲା ଯେଉଁଥିରେ ୨ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିଲେ ।
ଗତ ମାସରେ ଫ୍ଲିପ୍କାର୍ଟ ଘୋଷଣା କରିଥିଲା ଯେ, କମ୍ପାନୀ ଆଗକୁ ୭୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ଏବଂ ୧ ଲକ୍ଷରୁ ଅଧିକ ପରୋକ୍ଷ ଋତୁକାଳୀନ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ବିଶେଷ କରି ପୂଜା ବା ଉତ୍ସବ ଋତୁରେ ଏହି ନିଯୁକ୍ତି ସୃଷ୍ଟି ହୋଇଥାଏ ଯେତେବେଳେ କମ୍ପାନୀର ବିକ୍ରୟ ବଢ଼ିଥାଏ । ସେଥିପାଇଁ ଅଧିକ କର୍ମଚାରୀ ଆବଶ୍ୟକ ହୋଇଥା’ନ୍ତି । ଡେଲିଭରୀ ଏକ୍ଜ୍ୟୁକିଟିଭ୍, ପିକର୍ସ, ପ୍ୟାକର୍ସ ବିଭାଗରେ ବେଶି ସଂଖ୍ୟକ କର୍ମଚାରୀଙ୍କୁ ସାମୟିକ ନିଯୁକ୍ତି ମିଳିଥାଏ । ବିଶ୍ୱର ଅନ୍ୟତମ ବୃହତ ମାର୍କେଟ୍ ଚେନ୍ ୱାଲ୍ମାର୍ଟ ଅଧିନରେ ଏବେ କାର୍ଯ୍ୟ କରୁଛି ଫ୍ଲିପ୍କାର୍ଟ ।