ଭଳିକି ଭଳି ଡ୍ରେସ, ଶାଢୀଠୁ ଆରମ୍ଭ କରି ଓଢଣୀ, ଗାମୁଛା ଆହୁରି କେତେ କଣ । ଏହା ହେଉଛି ଖଦି ମେଳାର ଦୃଶ୍ୟ । ଲୋକଙ୍କ ଚାହିଦା ସହ ବଦଳୁଛି ଫ୍ୟାସନ ଟ୍ରେଣ୍ଡ । ଫ୍ୟାନ୍ସି ବଦଳରେ ଖଦୀ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଲୋକେ । ଖଦି ସାମଗ୍ରୀ ପ୍ରତି ବଢୁଛି ଚାହିଦା । ଖଦି ମେଳାରେ ଦେଖିବାକୁ ମିଳିଛି ବିଭିନ୍ନ ଡିଜାଇନର ଡ୍ରେସ, ଶାଢୀ, ଗାମୁଛା, ରୁମାଲ, ଜ୍ୟାକେଟ ସାଙ୍ଗକୁ ଆହୁରି କେତେ କଣ । ସନ୍ଧ୍ୟା ହେଲେ ଏହି ମେଳାରେ ଜମୁଛି ଭିଡ । ଆଉ ବେଶ ଖୁସିରେ ଏହାକୁ କିଣି ନେଉଛନ୍ତି ରାଜଧାନୀବାସୀ ।
ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ଖଦି ବଜାର । ମେଳାରେ 60ଟି ଷ୍ଟଲ ରହିଛି। ଭିତରକୁ ଯିବା ପାଇଁ ପ୍ରବେଶ ପଥରେ ସାନିଟାଇଜ୍ କରି ଗ୍ରାହକଙ୍କୁ ଭିତରକୁ ଛଡ଼ାଯାଉଛି । ଖଦି ବଜାରରେ କାର୍ପାସ୍, ସିଲ୍କ ଓ ମସ୍ଲିନ୍ ଖଦି ପ୍ରସ୍ତୁତ ଶାଢ଼ି, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦର୍ଶିତ ହେବା ସହ ବିକ୍ରିବଟା ହେଉଛି। ଖଦି ସାମଗ୍ରୀର ଟ୍ରେଣ୍ଡ ବଢିବାରେ ଲାଗିଛି । ରାଜଧାନୀବାସୀ ମେଳାର ମଜା ନେବା ସହ ନିଜ ମନପସନ୍ଦର ସାମଗ୍ରୀ କିଣୁଛନ୍ତି ।