‘ଲାପତା ଲେଡିଜ୍’କୁ ଜାପାନ ଏକାଡେମୀ ଫିଲ୍ମ ପୁରସ୍କାର

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଫିଲ୍ମ ‘ଲାପତା ଲେଡିଜ୍’ । ଓସ୍କାର ପରେ ଜାପାନ ଏକାଡେମୀ ଫିଲ୍ମ ପୁରସ୍କାର ପାଇବ ଫିଲ୍ମ । ଜାପାନ ଏକାଡେମୀ ଫିଲ୍ମ ଆୱାର୍ଡ୨୦୨୪ରେ ଏହି ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ବର୍ଗ ପାଇଁ ଚୟନ କରାଯାଇଛି। ମାର୍ଚ୍ଚ ୧୪ ରେ ଜାପାନ ଏକାଡେମୀ ଫିଲ୍ମ ଆୱାର୍ଡ ସମାରୋହରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ର ବିଜେତା ଘୋଷଣା କରାଯିବ। ଆମୀର ଖାନ୍ ପ୍ରଡକ୍ସନ୍ ଏବଂ କିରଣ ରାଓଙ୍କ ନିର୍ଦ୍ଦେଶିତ ‘ମିସିଂ ଲେଡିଜ୍’ ଅନ୍ତର୍ଜାତୀୟ ସ୍ତରରେ ଧମାଲ ମଚାଇଛି।
ଏହାର ଚିତ୍ରନାଟ୍ୟ ଓ ସଂଳାପ ପ୍ରସ୍ତୁତ କରିଛନ୍ତି ସ୍ନେହା ଦେଶାଇ। ଏଥିସହିତ ଅତିରିକ୍ତ ସଂଳାପ ଲେଖିଛନ୍ତି ଦିବ୍ୟନିଧି ଶର୍ମା। ୨୦୨୪ ମସିହାରେ ଜାପାନରେ ମୁକ୍ତିଲାଭ କରିଥିବା ୨୦୪ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମଧ୍ୟରୁ ‘ଲାପତା ଲେଡିଜ୍’ ଶ୍ରେଷ୍ଠ ପାଞ୍ଚଟି ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ ଭାବେ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ପାଇଁ ଏହା ଏକ ବଡ଼ ଉପଲବ୍ଧି, ଯାହା ଏହାକୁ ଏକ ଶ୍ରେଷ୍ଠ ବିଶ୍ୱ ସିନେମା ମାଷ୍ଟରପିସ୍ ରେ ପରିଣତ କରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: