ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଅବପାତ ରୂପ ନେଇ ବୁଧବାର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ମଛଲିପଟନମ୍ ଓ ନରୋସପୁର ନିକଟରେ ସ୍ଥଳଭାଗ ଛୁଇଁଛି। ତେବେ ପାହାଡ଼ିଆ ଅଞ୍ଚଳ ଥିବାରୁ ଏହାର ଗତିରେ ବାଧା ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଜି ଏହା ଆହୁରି ଦୁର୍ବଳ ହେବ ଏବଂ ୧୩ ତାରିଖ ବେଳକୁ ଚିହ୍ନିତ ଲଘୁଚାପ ଅଞ୍ଚଳରେ ପରିଣତ ହେବ। ଏହି ସମୟ ମଧ୍ୟରେ ଓଡ଼ିଶାରେ ବର୍ଷା କିମ୍ବା ପବନର କୌଣସି ପ୍ରଭାବ ନାହିଁ। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ସ୍ବଳ୍ପ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସଙ୍କ ପ୍ରେସମିଟ୍ । ୮ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୦ ତାରିଖରେ, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଆକଳନ କରାଯାଉଛି । ଆଉ କ'ଣ ରହିଛି, ଅପଡେଟ୍ ଜାଣିବା ପାଇଁ ପଢନ୍ତୁ।
୧୩ରୁ ବଦଳିବ ପାଗ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ୧୩ରୁ ପାଗ ବଦଳିବା ସହ ବଢିବ ତାତି। ୧୪ ତାରିଖ ବେଳକୁ ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ସେହିପରି ୧୫ ତାରିଖରେ ଆଭ୍ୟନ୍ତରିଣ ଓଡ଼ିଶାରେ ତାପମାତ୍ରା ୪୩ରୁ ୪୪ ଡିଗ୍ରି ରହିବ।
ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେଲା ଅସାନି। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତI
ଦୁର୍ବଳ ହେଲା ଭୀଷଣ ବାତ୍ୟା "ଅସାନି" I ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ I ଗତ ୬ ଘଣ୍ଟାରେ ଏହା ୧୨ ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି l
କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । ବାତ୍ୟା ନେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ 630 କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ହୋଇଛି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ 530 କିମି ଦୂରରେ ରହିଛି ବାତ୍ୟା ।
ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇସାରିଥିବ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ।
ବାତ୍ୟା "ଅସାନି" ର ଆଖି ଦୃଶ୍ୟମାନ । ଆଜି ସକାଳ ୯ଟା ସମୟରେ ମଛଲୀପାଟନମ ଡପ୍ଲର ରାଡ଼ାରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
"ଅସାନି" ର ଆଖି ଦୃଶ୍ୟମାନ:
— Meteorological Centre, Bhubaneswar (@mcbbsr) May 10, 2022
ଆଜି ସକାଳ ୯ଟା ସମୟରେ ମଛଲୀପାଟନମ ଡପ୍ଲର ରାଡ଼ାର ରେ ଭୀଷଣ ବାତ୍ୟା "ଅସାନି" ର #ଆଖି ଦୃଶ୍ୟମାନ ହୋଇଛି | #Asani #CycloneAsani pic.twitter.com/QxlgMHFAJp
ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି । ବର୍ତ୍ତମାନ ଗୋପାଳପୁରଠୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀଠୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।
ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁରଠାରୁ 78 କିମି ଏବଂ ପୁରୀ ଠାରୁ 153 କିମି ଦୂରରେ ରହିବ । ଅସାନି ପ୍ରଭାବରେ ଆଜିଠୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଆରମ୍ଭ ହୋଇଛି ।
ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।
ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା ।
ବାତ୍ୟା ଅସାନିର ମୁକାବିଲା ପାଇଁ ପୁରୀରେ ପହଞ୍ଚଲା ଓଡ୍ରଫଟିମ୍ । ବ୍ରହ୍ମଗିରି, କୃଷ୍ଣପ୍ରସାଦ,ପୁରୀସଦର ଓ ଅସ୍ତରଙ୍ଗର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ।
ଅଶାନ୍ତ ହେଉଛି ‘ଅସାନି’। ଗୋପାଳପୁର, ଧାମରା, ପାରାଦୀପ ଏବଂ ପୁରୀ ସିଗନାଲ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଏବେ ପୁରୀଠାରୁ ୬୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣାଠାରୁ ୫୦୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଅତି ଭୀଷଣ ବାତ୍ୟା । ଘଣ୍ଟା ପ୍ରତି ୨୫ କିମି ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ପାଖାପାଖି ୬୮୦ କିମି ଦୂରରେ ରହିଛି । ୧୦ ତାରିଖରେ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଅଞ୍ଚଳରେ ପହଞ୍ଚିବା ବେଳକୁ ଏହା ଧୀରେ ଧୀରେ ଗତିରେ ଦିଗ ପରିବର୍ତ୍ତନ କରିବ ।
ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । ବର୍ତ୍ତମାନ ସମୁଦ୍ର ମଧ୍ୟରେ ବାତ୍ୟାର କେନ୍ଦ୍ର ନିକଟରେ ପବନର ବେଗ ୧୦୦ରୁ ୧୨୦ କିମି ରହିଛି । ଆସନ୍ତା ୧୨ ତାରିଖରେ ପାରାଦୀପଠାରୁ ୧୧୦ କିମି ଦୂରରେ ଗତି କରିବ ଏହି ବାତ୍ୟା । ଏହି ସମୟରେ ଗଭୀର ଅବପାତର ରୂପ ନେଇସାରିଥିବ ବାତ୍ୟା । ପ୍ରଭାବରେ ଓଡ଼ିଶା ଉପକୂଳରେ ସମୁଦ୍ର ମଧ୍ୟରେ ପବନର ବେଗ ୪୦ରୁ ୬୦ କିମି ରହିବ । ୧୦ରୁ ୧୨ ତାରିଖ ଯାଏଁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ ।
୯ରୁ ୧୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି । ସେହିପରି ୧୦ରୁ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ । ୧୦ ତାରିଖରେ ଗଜପତି, ଗଞ୍ଜାମ, ପୁରୀରେ ପ୍ରବଳ ବର୍ଷା ସମ୍ଭାବନା । ୧୧ ତାରିଖରେ ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଞ୍ଜାମ, କଟକରେ ପ୍ରବଳ ବର୍ଷା ହୋଇପାରେ । 12ରେ ପୁରୀ, ଗଜପତି, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵରରେ ପ୍ରବଳ ବର୍ଷିବ । ରାଜ୍ୟର ୪ଟି ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ।
ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ଅସାନି । ୧୦ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାମୁହାଁ ହେବ ବାତ୍ୟା । ଉପକୂଳ ଆଡ଼କୁ ବାତ୍ୟା ମାଡ଼ି ଆସୁଥିଲେ ମଧ୍ୟ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ । ଏହା ସମୁଦ୍ର ଉପକୂଳରୁ ପ୍ରାୟ ୧୫୦ରୁ ୨୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।
ଏହା ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ୧୦ରୁ ୩ ଦିନ ପ୍ରବଳ ବର୍ଷା ହେବ । ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ପବନର ବେଗ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ହୋଇପାରେ । ବାତ୍ୟା ପୂର୍ବରୁ ୧୫ ବ୍ଲକର ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରିତ କରାଯିବ ।
ଏହି ବାତ୍ୟା ଏବେ ଘଣ୍ଟାକୁ 14 କିମି ବେଗରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। 10 ତାରିଖ ସନ୍ଧ୍ୟା ବେଳକୁ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି 11ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କଟକ ଏବଂ 12ରେ ପୁରୀ, ଗଜପତି, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵରରେ ପ୍ରବଳ ବର୍ଷିବ ବୋଲି ଜଣାପଡିଛି।
ବାତ୍ୟା ପ୍ରଭାବରେ 10ରୁ 12 ପ୍ରବଳ ବର୍ଷା । ବାତ୍ୟା ନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପ୍ରେସମିଟ୍ । ସନ୍ଧ୍ୟା ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବାତ୍ୟା । ଘଣ୍ଟାପ୍ରତି 13 କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବାତ୍ୟା ରିକର୍ଭ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରସ୍ଥଳରେ 105ରୁ 115 କିମି ବେଗରେ ପବନ ବହିବ, ବଢ଼ି 120 ହେବ । ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ 1000 କିମି ଦୂରରେ ଅବସ୍ଥିତ । ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ 940 କିମି ଦୂରରେ ରହିଛି । 10 ତାରିଖ ସନ୍ଧ୍ୟା ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଓଡ଼ିଶାର ସମସ୍ତ ବନ୍ଦରକୁ 1 ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।
ସକ୍ରିୟ ହେଉଛି ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ। କିଛି ସମୟ ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ସଂଧ୍ୟା ସୁଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଏହି ଗଭୀର ଅବପାତଟି ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।
ଘଣ୍ଟା ପ୍ରତି ୧୩ କିମି ବେଗରେ ଏହା ଉତ୍ତର -ପଶ୍ଚିମ ଦିଗରେ ଗତି କରୁଛି। ବାତ୍ୟା ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ 10ତାରିଖରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ପହଁଞ୍ଚି ନିଜର ଗତିପଥ ପରିବର୍ତ୍ତନ କରିବ ବୋଲି ଜଣାପଡିଛି। ଫଳରେ ବାତ୍ୟା ସ୍ଥଳ ଭାଗରେ ଲ୍ୟାଣ୍ଡଫଲ ନକରି ସମାନ୍ତରାଳ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଓଡିଶାକୁ ବାତ୍ୟା ଭୟ ନଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ବର୍ଷା ପବନ ଲାଗି ରହିବ। ତେଣୁ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ଓଡିଶା ଉପକୂଳ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ସମାନ୍ତରାଳ ଭାବରେ ଏହା ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବାକୁ ଥିବା ବେଳେ କେତେକ ଜିଲ୍ଲାରେ ବର୍ଷା ହେବ ବୋଲି ଜଣାପଡିଛି। ତେବେ ବାତ୍ୟା ଓଡିଶା ଉପକୂଳ ନଛୁଇଁଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ସତର୍କ ରହିବା ସହିତ ବାତ୍ୟା ମୁକାବିଲା ନେଇ ସତର୍କ ରହିଛନ୍ତି। ତଳିଆ ଅଞ୍ଚଳରୁ ପ୍ରାୟ 7ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସମୁଦ୍ର ଭିତରକୁ ନଯିବାକୁ ଏସଆରସି ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି 175ଟି ଅଗ୍ନିଶମ ବାହିନୀ, 20ଟି ଓଡ୍ରାଫ ଟିମ ଏବଂ 17ଟି ଏନଡିଆରଏଫ ଟିମ ପ୍ରସ୍ତୁତ ରହିଥିବା ବେଳେ ଆବଶ୍ୟକ ସ୍ଥଳେ ସେଗୁଡିକୁ ବିଭିନ୍ନ ସ୍ଥାନକୁ ପଠାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି।
ଓଡିଶା ଛୁଇଁ ନପାରେ ବାତ୍ୟା । ଓଡିଶା ଉପକୂଳରେ ସେଭଳି ପ୍ରଭାବ ପକାଇ ନପାରେ ବାତ୍ୟା । IMDର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ଏନେଇ ସୂଚନା ଦେଇଛନ୍ତି । 6 ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ଅବପାତ ରୂପ ନେବ । 10 ଓ 11 ତାରିଖରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ପ୍ରବଳ ବର୍ଷା ସହ 40 ରୁ 50 କିଲୋମିଟର ବେଗରେ ପବନ ବହିପାରେ ବୋଲି ସେ ସୂଚନା ଦେଇଛନ୍ତି ।
ୱେଲ୍ ମାର୍କଡ ଲୋ ପ୍ରେସର୍ରେ ପରିଣତ ହେଲା ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଆଜି ଅବପାତ, କାଲି ସଂଧ୍ୟା ସୁଦ୍ଧା ବାତ୍ୟା ଆଶଙ୍କା; ୧୦ରେ ପହଞ୍ଚିପାରେ ଆନ୍ଧ୍ର-ଓଡ଼ିଶା ଉପକୂଳ ।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ । ଏହି ବାତ୍ୟା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ମେ ୧୦ ତାରିଖ ସୁଦ୍ଧା ଆନ୍ଧ୍ର-ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପବନର ବେଗ ୯ ତାରିଖଠୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୬୫ରୁ ୭୫ କି.ମି. ସର୍ବାଧିକ ୮୫ କି.ମି. ରହିବାର ସମ୍ଭାବନା ଅଛି । ପରବର୍ତ୍ତୀ ସମୟରେ ୧୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ସମୁଦ୍ର ମଝିରେ ପବନ ବେଗ ୭୦ରୁ ୮୦ କି.ମି., ସର୍ବାଧିକ ୯୦ କି.ମି. ରହିବା ସମ୍ଭାବନା ଅଛି । ଏହି ସମୟରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ୯ ଓ ୧୦ ତାରିଖରେ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୧୦ ତାରିଖ ବେଳକୁ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ । କିନ୍ତୁ ଗଞ୍ଜାମ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ, ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ଅବପାତ କାଲି ନେଇପାରେ ବାତ୍ୟାର ରୂପ । ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ।
ଆସୁଛି ଆଉ ଏକ ବାତ୍ୟା , ୧୦ ତାରିଖ ଦିନ ବାତ୍ୟା ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବା ସମ୍ଭାବନା। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ନେବ ଅବପାତର ରୂପ। ରବିବାର ସଂଧ୍ୟା ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଲ୍ୟାଣ୍ଡଫଲ୍ ସ୍ଥାନ ନିରୁପଣ ହୋଇନାହିଁ। ବାତ୍ୟା କେତେବେଳେ କେଉଁ ଉପକୂଳ ଅତିକ୍ରମ କରିବ ତାହା ଆଜି ସ୍ପଷ୍ଟ ହେବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତେବେ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ । ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର। ତେଣୁ ଏହି ସମୟରେ ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବା ସହିତ ପବନର ବେଗ ଅଧିକ ରହିବ। ଏନେଇ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନ୍ୟ ଦେଶ ଗୁହିକ ତୁଳନାରେ ସର୍ବଦା ନିର୍ଭୁଲ ଏବଂ ସଠିକ ଥାଏ ବୋଲି କହିଛନ୍ତି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
କାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ସ୍ପଷ୍ଟ ଚିତ୍ର ଆସିବା ନେଇ ଏସଆରସିଙ୍କ ପ୍ରେସ୍ ମିଟ୍ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଅଛନ୍ତି 18 ଜିଲ୍ଲାପାଳ । କାଲିଠୁ 17 NDRF , 20 ଓଡ୍ରାଫ୍ ଟିମ୍ , 175 ଅଗ୍ନିଶନ ଟିମ୍ ମତୟନ ହେବେ । 8 ତାରିଖ ସୁଦ୍ଧା କୂଳକୁ ଫେରିଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ପ୍ରେସ ମିଟ୍ । ଦକ୍ଷିଣ ଆଣ୍ଡାମାନସାଗରରେ ସୃଷ୍ଟି ହୋଇଛି ଲଘୁଚାପ । 10 ତାରିଖ ବେଳକୁ ସଠିକ୍ ତଥ୍ୟ ଜଣା ପଡିବ ବୋଲି କହିଲେ ଏସଆରସି । 10 ତାରିଖ ପରେ କଣ ହେବ ଆକଳନ କରିନି ପାଣିପାଗ କେନ୍ଦ୍ର । 10 ତାରିଖ ବେଳକୁ ଉପକୂଳରୁ 250 ରୁ 300 କିମି ଦୂରରେ ରହିବ ବାତ୍ୟା ।
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲେ SRC । 8 ପୂର୍ବରୁ ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀ ସତର୍କ ସୂଚନା । 8 ତାରିଖ ପରେ କେହି ବି ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ ଦିଆଯାଇଛି ପରାମର୍ଶ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ନେଇ ଟ୍ଵିଟ୍ କରି ଜଣାଇଲେ ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।
ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ପ୍ରେସମିଟ୍ କରିଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । 8 ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ସମ୍ଭାବନା ରହିଛି ବୋଲି କହିଛନ୍ତି ଏଚଆର ବିଶ୍ଵାସ । ପରବର୍ତ୍ତୀ ସମୟରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ 10 ବେଳକୁ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ସମୁଦ୍ର ଉପକୂଳ ଛୁଇଁବ ।
ଉତ୍ତରପଶ୍ଚିମ ଦିଗରେ ଗତି ସମୟରେ ପବନର ତୀବ୍ରତା ବଢ଼ିବ । ସମୁଦ୍ର ଅଞ୍ଚଳରେ ପବନ ବେଗ 70 ରୁ 80 ରହିବ । ଏହା ବଢ଼ି 90 ହୋଇପାରେ । 10 ତାରିଖ ଯାଏ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ସମୁଦ୍ର ଅଶାନ୍ତ ଅଛି, ସମୁଦ୍ରରେ ଥିଲେ ଖୁବଶୀଘ୍ର ଫେରି ଆସିବାକୁ କୁହାଯାଇଛି । 10 ତାରିଖରେ 4 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।