Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନଦୀରେ ଶାମୁକା ଖୋଜୁ ଖୋଜୁ ଗୋଟିଏ ପରିବାରର ୭ ମହିଳାଙ୍କ ସହ ୮ ମୃତ, ୨ ନିଖୋଜ

National

River Tragedy / ନଦୀରେ ଶାମୁକା ଖୋଜୁ ଖୋଜୁ ଗୋଟିଏ ପରିବାରର ୭ ମହିଳାଙ୍କ ସହ ୮ ମୃତ, ୨ ନିଖୋଜ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନଦୀରେ ଶାମୁକା ଖୋଜୁ ଖୋଜୁ ଗୋଟିଏ ପରିବାରର ୭ ମହିଳାଙ୍କ ସହ ୮ ମୃତ, ୨ ନିଖୋଜ
8 Dead in Karnataka River

Key Points

ନଦୀର ଜଳ ରାଶିରୁ ଶାମୁକା ଗୋଟାଇବା ବେଳେ ବୁଡ଼଼ି ଯାଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି । ଏବେ ବି ୨ ଜଣ ନିଖୋଜ ଥିବାବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ବେଙ୍ଗାଳୁରୁ: ଶାମୁକା ଖୋଜୁ ଖୋଜୁ ଶବ ହୋଇଗଲେ । କ୍ଷଣକରେ ଆଖି ବୁଜିଦେଲେ ଗୋଟିଏ ପରିବାରର ୮ ଜଣ । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି । ଏବେ ବି ୨ ଜଣ ନିଖୋଜ ଥିବାବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ରବିବାର କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ଟଟ୍ଟେ ହକ୍କାଲୁ ନଦୀରେ ବଡ଼ ଅଘଟଣ ଘଟିଛି । ନଦୀର ଜଳ ରାଶିରୁ ଶାମୁକା ଗୋଟାଇବା ବେଳେ ବୁଡ଼଼ି ଯାଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: କାଳ ହେଲା ସାଙ୍ଗମାନଙ୍କ ସହ ପହଁରା ଶିଖିବା; ଦଶମରେ ରଖିଥିଲେ ଭଲ ମାର୍କ 

ସ୍ଥାନୀୟ ପୋଲିସ ଅନୁସାରେ, ଟଟ୍ଟେ ହକ୍କାଲୁ ନଦୀରୁ ଶାମୁକା ସଂଗ୍ରହ ପାଇଁ ଗାଁର ପ୍ରାୟ ୧୪ ଜଣ ଯାଇଥିଲେ । ଶାମୁକା ଗୋଟାଇବା ବେଳେ ସେମାନେ ନଦୀର ଗଭୀରକୁ ପଳାଇ ଯାଇଥିଲେ । ସେହି ସମୟରେ ହଠାତ୍ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା ।

ଜଣେ କି ଦୁଇ ଜଣ ଭାସି ଯାଇଥିଲେ । ଅନ୍ୟମାନେ ଉଦ୍ଧାର ପାଇଁ ପ୍ରୟାସ କରି ନଦୀକୁ ଡେଇଁଥିବା ବେଳେ ସେମାନେ ବି ସ୍ରୋତରେ ଭାସି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨ ଜଣଙ୍କ ସନ୍ଧାନ ମିଳିପାରି ନାହିଁ ।

ମୃତକ ହେଉଛନ୍ତି ଉମେଶ ମଞ୍ଜୁନାଥ ନାଏକ, ଲକ୍ଷ୍ମୀ ମହାଦେବ ନାଏକ, ଲକ୍ଷ୍ମୀ ଜଟ୍ଟପ୍ପା ନାଏକ, ଲକ୍ଷ୍ମୀ ଅପ୍ପନ୍ନା ନାଏକ, ଲକ୍ଷ୍ମୀ ଶିବରାମ ନାଏକ, ଜ୍ୟୋତି ମସ୍ତମ୍ମା ନାଏକ, ମାଳତୀ ନାଏକ ଓ ମସ୍ତମା ନାଏକ । ନାଗରତ୍ନା ଓ ମହାଦେବୀଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ମୃତକମାନେ ସ୍ଥାନୀୟ ଶିରାଳି ଗାଁର ବୋଲି ଜଣାପଡ଼ିଛି । ମାଛ ଧରିବା ଭଳି ଶାମୁକା ସଂଗ୍ରହ କରି ଏମାନେ ଜୀବନ ଜୀବିକା ନିର୍ବାହ କରନ୍ତି । ମୃତ୍ୟୁବରଣ କରିଥିବା ୮ ଜଣଙ୍କ ମଧ୍ୟରୁ ଅନେକଙ୍କର ଶାମୁକା ସଂଗ୍ରହରେ ବର୍ଷ ବର୍ଷର ଅଭିଜ୍ଞତା ରହିଛି ।

ଏଥିସହ ପଢ଼ନ୍ତୁ: ଗୁରୁଶିଷ୍ୟ ସମ୍ପର୍କରେ କଳଙ୍କ; ଏହି ଶ୍ରେଣୀର ଛାତ୍ରୀଙ୍କୁ ଗର୍ଭବତୀ କଲେ ପ୍ରଧାନ ଶିକ୍ଷକ 

ବର୍ଷା ପାଇଁ ବଢ଼ିଲା ଜଳ ସ୍ତର

ସ୍ଥାନୀୟ ବାସିନ୍ଦା ନଦୀକୁ ଶାମୁକା ସଂଗ୍ରହ ପାଇଁ ଯାଇଥିବା ବେଳେ କେହି ଜଳ ସ୍ତର ହଠାତ୍ ବଢ଼ିବା ନେଇ ଆକଳନ କରି ପାରି ନଥିଲେ । ସେହି ସମୟରେ ହାଲୁକା ବର୍ଷା ହେବା ସହ ନଦୀର ଜଳ ସ୍ତର ବଢ଼ିଥିଲା ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆହତଙ୍କ ଲାଗି ୫୦ ହଜାର ଟଙ୍କା ଘୋଷଣା କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Karnataka River Tragedy: 7 Women Among 8 Dead While Collecting Snails | Argus News | Argus News