|
logo
Live

Argus News - ବିଧାନସଭା ଭିତରେ ବିରୋଧୀଙ୍କ ଆକ୍ରମଣ, ବାହାରେ ଦାବିପୂରଣ ନେଇ ଧାରଣା

Odisha

ବିଧାନସଭା ଭିତରେ ବିରୋଧୀଙ୍କ ଆକ୍ରମଣ, ବାହାରେ ଦାବିପୂରଣ ନେଇ ଧାରଣା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବିଧାନସଭା ଭିତରେ ବିରୋଧୀଙ୍କ ଆକ୍ରମଣ, ବାହାରେ ଦାବିପୂରଣ ନେଇ ଧାରଣା

ଅର୍ଗସ ବ୍ୟୁରୋ: ନଭେମ୍ବର ୨୧ ରୁ ଡିସେମ୍ବର ୩୦ । ୪୦ ଦିନର ଶୀତ ଅଧିବେଶନକୁ ୪ ଦିନରେ ବନ୍ଦ କରିଦେଲେ ବିଜେଡି ସରକାର । ଆଗୁଆ ବିଧାନସଭା ବନ୍ଦ କରିଦେବାକୁ ନେଇ ବଢ଼ିଲା ବିବାଦ । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଲା ବିଜେପି ବିଧାୟକ ଦଳ । ବିଜେପିର ଅଭିଯୋଗ, 5-T ଅଧ୍ୟକ୍ଷଙ୍କ ଜନଶୁଣାଣୀ ଲାଗି ଆଡ଼ମ୍ବର ପୂର୍ଣ୍ଣ ଭାବେ ଟେଣ୍ଟ ବାନ୍ଧି ହେଲିକପଟର ଯାଇ ଗୋଟିଏ ଦରଖାସ୍ତ ଆଣିବା ପାଇଁ ସିଏମଓ 9 ହଜାର ଟଙ୍କା ଖର୍ଚ୍ଚ କଲେ। କିନ୍ତୁ ଏଠି ଗାନ୍ଧୀ ମାର୍ଗ ରେ ବସିଥିବା ଲୋକଙ୍କର ଗୁହାରି ଶୁଣିବା ପାଇଁ କାହାର ଦେଖା ନାହିଁ। ଯାହା କି ବିଧାନସଭା ରେ ଆଲୋଚନା ହୋଇଥିଲେ ସରକାରଙ୍କ ମୁଖା ଖୋଲି ଯାଇଥାନ୍ତା ।

ତେଣୁ ସରକାର ଭୟଭୀତ ହୋଇ ପଳାୟନ ପନ୍ଥୀ ହୋଇଛନ୍ତି । ସେହିପରି କ୍ୟାବିନେଟରେ ଅଣା ଯାଇଥିବା ଆଦିବାସୀ ଜମି ହସ୍ତାନ୍ତର ଆଇନ ଅଡୁଆ ବଢ଼ାଉଥିବାରୁ ସରକାର ଅଗଣତାନ୍ତ୍ରୀକ ଭାବେ ବିଧାନସଭା ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜେପି । ତେବେ ଆଦିବାସୀଙ୍କ ପ୍ରସଙ୍ଗରେ ସମସ୍ତ ଆଇଟିଡ଼ିଏ ଆଗରେ ବିକ୍ଷୋଭ କରିବାକୁ ଚେତାବନୀ ଦେଇଛି ବିଜେପି । ସେହିପରି କଂଗ୍ରେସ କହିଛି ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନାହିଁ ସରକାରଙ୍କ ପାଖରେ। ଲୋକଙ୍କ ସମସ୍ୟା ସଂପର୍କିତ  ଅନେକ ପ୍ରସଙ୍ଗରେ ବିରୋଧୀ ଚାହୁଁଥିଲେ  ଆଲୋଚନା । ମୁଖା ଖୋଲି ଯିବା ଭୟରେ ସରକାର ବିଧାନସଭା ବନ୍ଦ କରିଦେଲେ ବୋଲି କହିଛି କଂଗ୍ରେସ। । ଯାହାର ଜବାବ ରଖିଛି ବିଜେଡି ।

ସେପଟେ ଆଦିବାସୀଙ୍କ ଜମି ହସ୍ତାନ୍ତର ଆଇନ ନେଇ ସରକାର ଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତଙ୍କ ଅଭିଯୋଗ, ମାଇନିଂ କରୁଥିବା ଶିଳ୍ପପତିଙ୍କ ପାଇଁ ସରକାର  ଏ ନିଷ୍ପତି ନେଇଥିଲେ । ବିଧାନସଭାରେ ଏ ନେଇ ପ୍ରତିବାଦ  ତ ହୋଇଛି ତେବେ ଆଗକୁ ଅଡୁଆ ବଢିବା ଭୟରେ  ସରକାର ବିଧାନସଭା ବନ୍ଦ କରିଦେଲେ ।  ଆଦିବାସୀ ବିରୋଧୀ  ଆଭିମୁଖ୍ୟ ପାଇଁ ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି  କହିଛନ୍ତି ଶ୍ରୀକାନ୍ତ । ଅନ୍ୟପଟେ  ବିଧାନସଭା ଆଗରେ  ଆନ୍ଦୋଳନ କରିବାକୁ ଅନୁମତି ପାଇଥିବା ସଙ୍ଗଠନ ଗୁଡିକ ସରକାରଙ୍କ ଏପରି ଆଭିମୁଖ୍ୟକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ପ୍ରଥମ 4 ଦିନରେ  ଆନ୍ଦୋଳନ ପାଇଁ ୧୩ ସଙ୍ଗଠନ ପାଇଥିଲେ ଅନୁମତି॥ ବିଧାନସଭା ଛାଡି ପଳାୟନ ପନ୍ଥୀ ସରକାରଙ୍କ ଭୂମିକାକୁ ନିନ୍ଦା କରିଛନ୍ତି ଏସବୁ ସଂଗଠନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

5ଟି ଅଧ୍ୟକ୍ଷଙ୍କ ଜିଲ୍ଲାବୁଲା ବିବାଦ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଲା  ଲୋକଙ୍କ ପାଖରୁ ଅଭିଯୋଗ ଶୁଣିବାକୁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ କାର୍ଯ୍ୟାଳୟ ଯାଇଥିଲା ଲୋକଙ୍କ ପାଖକୁ। ଏହାକୁ କଟାକ୍ଷ କରି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ସୋସିଆଲ ମେଡିଆରେ ଲେଖିଛନ୍ତି, ଏହା  ଥିଲା ବ୍ୟୟବହୁଳ ରାଜନୈତିକ ପଦାର୍ପଣ। 6 ମାସରେ ହେଲିକପ୍ଟର ବାବଦରେ 9 କୋଟି ଖର୍ଚ୍ଚ କରି 57 ହଜାର ଅଭିଯୋଗ ସଂଗ୍ରହ ହୋଇଥିଲା। ହିସାବ କଲେ ଗୋଟିଏ ଅଭିଯୋଗ ସଂଗ୍ରହ ପାଇଁ ଖର୍ଚ୍ଚ ହେଉଛି 1578 ଟଙ୍କା। ତେବେ ଜିଲ୍ଲାପାଳଙ୍କ ଅଫିସକୁ ଯଦି ଜଣେ ଦୁଇ ଦିନ ଯାଇ ଅଭିଯୋଗ ଦିଏ ତେବେ ମଜୁରୀ ହିସାବରେ ଦେଖିଲେ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ କ୍ଷେତ୍ରରେ ଏହା ସର୍ବାଧିକ 1004 ଟଙ୍କା ହେବ। ଏହା ସହିତ ଜିଲ୍ଲାସଭାରେ ରଙ୍ଗବେରଙ୍ଗର ମଂଚ, ବିରାଟ ଶୋଭାଯାତ୍ରା, ପୋଲିସ ମୁତୟନ, କାରକେଡ, ତେଲ, ଖାଦ୍ୟ ଏସବୁର ଖର୍ଚ୍ଚ। ଏ ବ୍ୟୟବହୁଳ ନୁହେଁ ତ ଆଉ କଣ ବୋଲି ଲେଖିଛନ୍ତି ରୁବେନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
ବିଧାନସଭା ଭିତରେ ବିରୋଧୀଙ୍କ ଆକ୍ରମଣ, ବାହାରେ ଦାବିପୂରଣ ନେଇ ଧାରଣା | Argus News