ଠିକାଦାରଙ୍କ ମନ ଇଛାରେ ଚାଲିଛି କାମ, ଶୁଣୁ ନାହାନ୍ତି ଯନ୍ତ୍ରୀଙ୍କ କଥା

ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ସନ୍ଦାପଶି ଗାଁର ଦୃଶ୍ୟ। ଯେଉଁଠି ଗ୍ରାମକୁ ଯିବାକୁ ହେଲେ ଏକ ମାତ୍ର ରାସ୍ତା ସାପୁଆ ନାଳକୁ ପାରି ହୋଇ ଯିବାକୁ ପଡ଼େ । ଗାଁର ସ୍କୁଲ ପିଲାଠୁ ଆରମ୍ବ କରି ସେହି ଅଞ୍ଚଳ ର ସମସ୍ତ ବାସିନ୍ଦା ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ। ଏହି ରାସ୍ତା ଗ୍ରାମବାସି ଙ୍କ ପାଇଁ । ମୁଖ୍ୟ ସମାସ୍ୟ ର କାରଣ ପଲଟିଛି । ଗ୍ରାମବାସିଙ୍କର ବାରମ୍ବାର ଦାବୀ ପରେ ଏଠାରେ ବିଜୁସେତୁ ନିର୍ମାଣ ହେଲା ସତ କିନ୍ତୁ କାମ ଆରମ୍ବ ହେବାର ଆଠ ମାସ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସେତୁ କାର୍ଯ୍ୟ ସମ୍ପୂଣ୍ଣ ହୋଇପରିଲାନି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସି। ସେପଟେ ଅଗାଣ ବର୍ଷ କାରଣ ରୁ ରାସ୍ତା ର ଅବସ୍ଥା ଆଗ ଅପେକ୍ଷା ବହୁ ସାଘାଂତିକ ହେଇଥିବା ବେଳେ ଏହା ଗ୍ରାମବାସି ଓ ସ୍କୁଲ ପିଲାଙ୍କ ପାଇଁ ମରଣ ଯନ୍ତା ପାଟିଛି।
ଏ ପଟେ ସନ୍ଦାପଶି ଗ୍ରାମ ର ସରପଞ୍ଚ ରାସ୍ତା ସମଦ୍ଧ ରେ ଉପର ଅଧିକାରି ଙ୍କୁ କହିଥିଲେ ସୁଦ୍ଧା। ସେମାନେ କଣ୍ନପାତ କରିନଥିବା ଅଭିଯୋଗ କରିଛନ୍ତି। ଏଠି ଠିକାଦାରଙ୍କ ମନ ମରଜରେ କାମ ଚାଲିଥିବା ବେଳେ । ଗ୍ରାମର ନିରିହ ଲୋକ ରାସ୍ତା ଖରାପ କାରଣରୁ ବିଭିନ୍ନ ର୍ଦିୁଘଟଣା ଶିକାର ହେଉଥିବା ବେଳେ ପିଲା ମାନେ ସ୍କୁଲ ଯିବାକୁ ଭୟ କଲେଣି । ଯାହାକୁ ନେଇ ସ୍ସୁଲ ର ଅଭିଭାବକ ଓ ଅଭିଭାବିକା ଅଭିଯୋଗ ଆଣିଛନ୍ତି। ଏହି ରାସ୍ତା ର ଓ ଅସପୂଣ୍ନ କାମ ର ଚିତ୍ର ଦର୍ଶାଉଛି ..24 ବର୍ଷ ବିଜେଡି ସରକାରଙ୍କର ଗଁନ୍ଦିଆ ବାସିଙ୍କ ପ୍ରତି କେତେ ଦରଦ ଥିଲା । ଏଠି ଠିକାଦାର କାମ କଲେ ସତ କିନ୍ତୁ ପ୍ରକୃତ ରେ କାମ ହେଇଛି କି ନାହିଁ ପ୍ରଶାସକ ଆସି ଦେଖିବାକୁ ଗ୍ରାମବାସି ଗୁହାରି କରିଛନ୍ତି।
ତେବେ ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଏ ଗ୍ରାମବାସୀ ଙ୍କ ସମସ୍ୟା, ଆଉ ସେ ସୁବିଧା ରେ ଗମନାଗମନ କରୁଛନ୍ତି ନାଁ ଅଧାପନ୍ତରିଆ ହୋଇ ପଡି ଗ୍ରାମବାସୀ ଙ୍କ ସମସ୍ୟା ବଢ଼ାଉଛି ଏ ସେତୁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: