ସାଢେ 2 ଟାରେ ଛୁଇଁଲା 43 ଡିଗ୍ରୀ

ଉପର ମୁହାଁ ପାରଦ । ଉପକୂଳରୁ ନେଇ ଉପାନ୍ତ ସବୁଠି ହେବ ଗ୍ରୀଷ୍ମପ୍ରବାହ । ଲଗାତାର ତିନି ଦିନ ମଧରେ 40 ଡ଼ିଗ୍ରୀ ପାର କରିଛି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା । ସେପଟେ ପାଣିପାଗ ବିଭାଗ କହୁଛି ଆଗାମୀ କିଛିଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ 3 ରୁ 4 ଡ଼ିଗ୍ରୀ ଅଧିକା ରାହିବାର ସମ୍ଭାବନା ରହିଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ବ୍ୟସ୍ତବିବ୍ରତ ହେଲେଣି ଲୋକେ । ପରିସ୍ଥିତି ଏଭଳି ଯେ ଦିନ ତ ଦିନ ରାତିରେ ବି ଗୁଳିଗୁଳି ଆଉ ଗରମରେ ଛଟପଟ ହେଲେଣି ଲୋକେ।
ଦିନ 2ଟା 30 ସୁଦ୍ଧା ରେକର୍ଡ ହୋଇଥିବା 40.4°C ରାଜଧାନୀ ଭୁବନେଶ୍ୱର ରେ ଚଳିତବର୍ଷ ର ସର୍ବାଧିକ ତାପମାତ୍ରା l
ଗତକାଲି ଏବଂ ମାର୍ଚ୍ଚ 28 ରେ ଏହା ପୂର୍ବରୁ 2025 ରେ 40.2°C ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଥିଲା
ସମ୍ବଲପୁର 43°C
ଭୁବନେଶ୍ୱର 40.4°C
ହୀରାକୁଦ 40.4°C
📱 Get Argus News App
✨ରାଉରକେଲା 40°C
ଚାନ୍ଦବାଲି 39.2°C
ବାଲେଶ୍ୱର 38.2°C
ଝାରସୁଗୁଡା 37.6°C
19 ତାରିଖ ପରେ ପାଗରେ ପରିବର୍ତ୍ତନ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଅନ୍ୟପଟେ ଅସହ୍ୟ ତାତି ପ୍ରଵାହ ମଧ୍ୟରେ ମୌସୁମୀ ବାୟୁର ଆଗମନକୁ ନେଇ ମିଳିଛି ଆଶ୍ବସ୍ତି । ଆସନ୍ତା ମେ ୨୭ ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ଛୁଇଁବା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
