ନେତାଜୀଙ୍କ ପରାକ୍ରମ ଯୁବପିଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ: ଧର୍ମେନ୍ଦ୍ର ପ୍ରଧାନ
କଟକ: ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ଜନ୍ମ ଜୟନ୍ତୀ । ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପିଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାର ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନ ଠାରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପ