ବାଲୁକାକଳା ମାଧ୍ୟମରେ 'ଏ ରୋଲ ମଡେଲ ହିରୋ ବାର୍ତା ' ।
ଆଜି ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଜନ୍ମ ଦିନ। ଅକ୍ଷୟ କୁମାର 53 ବର୍ଷରେ ଆଜି ପଦାର୍ପଣ କରିଥିବା ବେଳେ ତାଙ୍କୁ ଶୁଭେଚ୍ଛାର ସୁଅ ବିଭିନ୍ନ ମହଲରୁ ଦିଆଯାଉଛି। ପୁରୀରେ ବାଲୁକାକଳା ମାଧ୍ୟମରେ ତାଙ୍କୁ ମଧ୍ୟ 53 ତମ ଜନ୍ମ ଦିନର ଶୁଭେଚ୍ଛା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳାଟିଏ ନିର୍ମାଣ କରିଛନ୍ତି। ଯେଉଁଥିରେ କି ଅକ୍ଷୟ କୁମାରଙ୍କ ପ୍ରତିକୃତିକୁ ସ୍ଥାନ ଦେଇଥିବା ବେଳେ 'ଏ ରୋଲ ମଡେଲ ହିରୋ ବାର୍ତା 'ରହିଛି ଏହି ବାଲୁକାକଳାରେ ।
#TheArgus #ArgusNews #ArgusOdisha #Akshyakumar #TheRolemodelHero #Bollywood #BirthdayofAkshyakumar